ରେଢାଖୋଲ ଅଞ୍ଚଳରେ ପ୍ରଥମ: ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ
ଆକ୍ସନ୍ ମୁଡରେ ଅବକାରୀ ବିଭାଗ। ଠାବ କଲା ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ। ଯେଉଁଠି ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ ଠାବ କରାଯାଇଛି ।

ରେଢାଖୋଲ(କେନ୍ୟୁଜ୍) : ଆକ୍ସନ୍ ମୁଡରେ ଅବକାରୀ ବିଭାଗ। ଠାବ କଲା ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ। ଯେଉଁଠି ବିପୁଳ ପରିମାଣର ବେଆଇନ ଅଫିମ ଚାଷ ଗଛ ଠାବ କରାଯାଇଛି । ଏ ଫୁଲ ଫଳ ଫୁଟିଥିବା ଗଛ ହେଉଛି ଅଫିମ ଗଛ। ଏହି ଅଫିମ ଚାଷ ଉପରେ ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ରେଢାଖୋଲ ଅବକାରୀ ବିଭାଗ ସହ ରେଢାଖୋଲ ପୋଲିସ୍, ତହସିଲଦାରର ମିଳିତ ଭାବେ ଚଢାଉ କରିଥିଲେ। ତେବେ ଯାହା ସୂଚନା ମିଳିଛି ରେଢାଖୋଲ ଅଞ୍ଚଳରେ ପ୍ରଥମ ଥର ଏହି ଚାଷ ହୋଇଥିଲା। ୨୦ରୁ ଅଧିକ ଡିସମିଲ ଜମିରେ ୧୦ ହଜାର ଗଛ ଉପରେ ଚଢାଉ କରାଯାଇ ନଷ୍ଟ କରାଯାଇଛି। ଯାହାର ଅନୁମାନିକ ମୂଲ୍ୟ ୭୦ ଲକ୍ଷ ରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ସରକାରୀ ଜାଗାରେ ଏହି ଅଫିମ ଚାଷ ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଗତ ରବିବାର ସମ୍ବଲପୁର ଓ ରେଢ଼ାଖୋଲ ଅବକାରୀ କର୍ମଚାରୀ ସହିତ ରେଢ଼ାଖୋଲ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରି ୧୦ ହଜାରରୁ ଅଧିକ ପରିପକ୍ବ ଅଫିମ ଗଛକୁ ନଷ୍ଟ କରାଯାଇ ଥିଲା। ଏଥିରେ ସମ୍ପୃକ୍ତ ଗୋପାଳପୁର ଗ୍ରାମର ଦୁଗେ ଛୁଟିଆ ପୂର୍ତ୍ତି, ପୀତାମ୍ବର କାଣ୍ଡେ ଓ ବିଶରମ ସାମଡଙ୍କୁ ଗିରଫ କରାଯାଇଛି। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ତେବେ ଏହି ଚଢ଼ଉରେ ନାକଟିଦେଉଳ ତହସିଲଦାର ଓ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ। ଏହା ସହିତ ସମ୍ବଲପୁର ଅବକାରୀ ଅଧୀକ୍ଷକ ଅଶୋକ ସେଠ୍, ଇନ୍ସପେକ୍ଟର ଯାଦବ ପ୍ରଧାନ, ଶଶିକାନ୍ତ ଦତ୍ତ, ପବିତ୍ର ମୋହନ ମାଝି, ଏସ୍ଆଇ ଦିଲ୍ଲୀପ ଶତପଥୀ, ବିନୋଦିନୀ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, ତପସ୍ୱିନୀ ବାଘ, ମୋହନ ବେହେରା, ବନମାଳୀ ନାଏକ , ଡଇଁଚା ଆର୍ଆଇ ଅଶୋକ ଧଳ ସମେତ ବହୁ ଅବକାରୀ ଓ ପୋଲିସ ବିଭାଗର ଅଧିକାରୀ ସାମିଲ ଥିଲେ।