ଅବକାରୀ ବିଭାଗର ଚଢ଼ାଉ , ବିପୁଳ ପରିମାଣର ଦେଶୀବିଦେଶୀ ମଦ ଜବତ ସହ ୪ ଗିରଫ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କୁ ନିର୍ଦେଶ କ୍ରମେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ପ୍ରତେକ୍ଷ୍ୟ ତତ୍ଵାବଧାନରେ ଟାଙ୍ଗୀବ୍ଲକ ଅଞ୍ଚଳରେ ପୃଥକ ପୃଥକ ଚଢ଼ାଉ କରି ୪ ଚୋରାମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୦ ଲିଟରରୁ ଉର୍ଦ୍ଧ ପରିମାଣର ଦେଶୀ ବିଦେଶୀ ଚୋରା ମଦ ଜବତ କରିଛନ୍ତି ।

ସୂଚନା ଅନୁସାରେ ଚୋରା ମଦ ବେପାରୀମାନେ ହେଲେ ଟାଙ୍କୋଳ ଅଞ୍ଚଳର ଯଦୁମଣି ପ୍ରଧାନ (୬୫) ,ବ୍ରଜକିଶୋରସାହୁ (୫୨) ।  ଡମଣଭୂଇଁ ଅଞ୍ଚଳର କୃଷ୍ଣଚନ୍ଦ୍ରସିଂହସାମନ୍ତ (୬୫), ସମୀରଭୋଳ (୩୫) । ଏହି ଚଢ଼ାଉରେ ଟାଙ୍ଗୀ ଅବକାରୀ ଓ଼ଆଇସି  ଅମରେନ୍ଦ୍ର କୁମାର ଶତପଥି ସହିତ ଏଏସଆଇ ରାମଚନ୍ଦ୍ର ଜେନା, ମନୋଜ ଜୟସିଂହ ଓ ମହିଳା କନେଷ୍ଟବଳ ସସ୍ମିତା ସେଠୀ ଉପସ୍ଥିତ ଥିଲେ ।

 

 

Also read :ହୋଲି ପୂର୍ବରୁ ଅବକାରୀ ବିଭାଗର ଚଢ଼ାଉ, ପୁଣି ସାଲିଆ ସାହିରେ ଠାବ ହେଲା ବିପୁଳ ପରିମାଣର ମଦ ପୋଚ