କଟକରୁ ଅଧ କେଜିରୁ ଅଧିକ ହିରୋଇନ୍ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

କଟକ: କଟକରୁ ଅଧ କେଜିରୁ ଅଧିକ ହିରୋଇନ୍ ଜବତ୍ କଲା ଅବକାରୀ ଫ୍ଲାଇଙ୍ଗ ସ୍ଵାଡ। ଜବତ୍ ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୫୧ ଲକ୍ଷ ୫୦ ହଜାର ଟଙ୍କା । ଏନେଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଢେଙ୍କାନାଳ ଜିଲ୍ଲାର ସିପୁନ ନାୟକ ଏବଂ ଅନୁଗୁଳ ଜିଲ୍ଲାର ଦିବେସ ନାୟକ ଗିରଫ ହୋଇଛନ୍ତି । ଜଣେ ଅଭିଯୁକ୍ତ ଠାରୁ ୨୨୩ ଗ୍ରାମ ଏବଂ ଅନ୍ୟ ଜଣଙ୍କ ଠାରୁ ୨୯୨ ଗ୍ରାମ ହିରୋଇନ୍ ଜବତ କରାଯାଇଛି ।

ଆଜି ଅପରାହ୍ନରେ ମଙ୍ଗୁଳି ଅଞ୍ଚଳରେ ପେଟ୍ରଲିଂ ବେଳେ ଧରିଲା ଅବକାରୀ ବିଭାଗ । ସୂଚନା ମୁତାବକ ବାଲେଶ୍ଵରରୁ ନିଶା ଦ୍ରବ୍ୟ ଆଣି ଅନୁଗୁଳ ଚାଲାଣ କରୁଥିବା ବେଳେ ଧରାପଡିଥିବା ଜଣାପଡିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

ଆହୁରି ପଢ଼ନ୍ତୁ: ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ, ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି