ନୂଆବର୍ଷ ପୂର୍ବରୁ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ା ନଜର
ନୂଆବର୍ଷ ପୂର୍ବରୁ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ାନଜର । ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏସଟିଏଫ ଓ ଅବକରୀ ବିଭାଗ ମିଳିତ ଭାବେ କରିବେ ଚଢ଼ାଉ । ଏଥିପାଇଁ ଜଏଣ୍ଟ ଟିମ୍ ଗଠନ ହୋଇଛି ।
ଜିରୋ ନାଇଟ ସେଲିବ୍ରେଶନ ବେଳେ ବି ରହିବ କଡ଼ା ନଜର । ଯେଉଁଭଳି ଆଇନ ଉଲଂଘନ ନହୁଏ ଏବଂ ଅପରାଧିକ କାର୍ଯ୍ୟକଳାପ ନବଢେ, ସେଥିପାଇଁ ସ୍କ୍ୱାଡ଼ିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏ ଦିଗରେ ସମସ୍ତଙ୍କୁ ସଚେତନ କରାଯିବ ।
ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗର କଟକଣା । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ । ଅନୁମତି ନ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି । ଜାନୁଆରୀ ମଧ୍ୟ ଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରଖିବ ବୋଲି ଅବକାରୀ ବିଭାଗ କହିଛି ।
ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି ।