ଭାରସାମ୍ୟ ହରାଇ ଓଲଟିଲା ଅବକାରୀ ବିଭାଗ ଗାଡ଼ି, ୩ ଆହତ
ସୋରୋ : ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି । ଖଇରା ଥାନା ପିତାପାଣିଆ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ନୟନ ଝୋଡ଼ି ନିକଟରେ ଗାଡ଼ିଟି ରାସ୍ତା କଡ଼କୁ ଓଲଟିପଡ଼ିଥିଲା । ଦୁର୍ଘଟଣାରେ ଏଏସଆଇ ଓ କନଷ୍ଟେବଳ ଆହତ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିଲେ । ଏଏସଆଇ ଓ ଡ୍ରାଇଭରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରି ଫେରୁଥିବା ସମୟରେ ଅଘଟଣ ଘଟିଥିଲା ।
ସୂଚନା ଅନୁସାରେ ବୋଲେରୋଟି ସୋର -କୁପାରୀ ରାସ୍ତାର ଖଇରା ଅବକାରୀ ଅଫିସକୁ ଆସୁଥିବା ବେଳେ ପିତାପାଣିଆ ଠାରେ ଭାରସାମ୍ୟ ହରାଇ ଓଲଟିପଡିଥିବାର ସୂଚନା ମିଳିଛି । ଗାଡ଼ି ଟି ଓଲଟିପଡିବା ସମୟରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଡ୍ରାଇଭର ସମେତ ଏଏସଆଇ ଦୁର୍ଯୋଧନ ଵେହେରା ,କନେଷ୍ଟବଳ ଦେବାଶିଷ ମଲ୍ଲିକଙ୍କୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡ୍ରାଇଭର ଓ ଏଏସଆଇଙ୍କ ଅଵସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ଵୋଲେରୋଟି ସୋର କୋର୍ଟରୁ ଆସାମୀ ଛାଡି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଖଵର ପାଇ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୁରଜ କୁମାର ଟିଗା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।