ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କମିଶନର, ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ବର :  ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ  କମିଶନର । ଭୁବନେଶ୍ବର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍ । ଭୁବନେଶ୍ବର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ । ଚଢ଼ାଉରେ ୧୦ DSP, ୧୫ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ ଚାଲିଛି ।

ଅବକାରୀ ବିଭାଗର ଯୁଗ୍ମ କମିଶନରଙ୍କ ଅମାପ ସମ୍ପତ୍ତି। ଭିଜିଲାନ୍ସ ଅଧିକାରୀ ତାଜୁବ । ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଭୁବନେଶ୍ବର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି। ଭୁବନେଶ୍ବର ଅବକାରୀ ବିଭାଗର ଯୁଗ୍ମ କମିଶନରଙ୍କ ରାମଚନ୍ଦ୍ର ମିଶ୍ରଙ୍କ ଭୁବନେଶ୍ବରେ ରହିଛି ୩ଟି କୋଠା ରହିଛି। ସମ୍ବଲପୁର, ବଲାଙ୍ଗିର ଓ ବରଗଡରେ ବି ଛଅଟି କୋଠା ରହିଛି । ସେହିପରି ସୂବର୍ଣ୍ଣପୁର ତରଭାରେ ଗୋଟିଏ ରାଇସ ମିଲ ଅଛି। ସାଇବର ଏକ୍ସପର୍ଟ ଟିମ ମୋବାଇଲ, ଲାପଟପ୍ ଓ ଅନ୍ୟ ଡିଜିଟାଲ ପ୍ରମାଣ ଯାଞ୍ଚ କରୁଛନ୍ତି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରି ଅନେକ ତଥ୍ୟ ପାଇଛି ଭିଜିଲାନ୍ସ। ସ୍କାନରରେ ଅଛନ୍ତି ରାମଚନ୍ଦ୍ର ମିଶ୍ରଙ୍କ ସମ୍ପର୍କୀୟ।