କଟକ : ମଙ୍ଗୁଳି ଛକରୁ ୫୫ କେଜି ଗଂଜେଇ ଓ ଗୋପାଳପୁର ନିକଟରୁ ତିନି କ୍ଯୁଣ୍ଟାଲ ଭାଙ୍ଗ ଜବତ, ଆନୁମାନିକ ମୁଲ୍ଯ ୬ ଲକ୍ଷ ଟଙ୍କା
କଟକ (କେନ୍ୟୁଜ୍ ) : ଆଜି ଦୁଇଟି ସ୍ଥାନରେ ଚଢ଼ଉ କରି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ୫୫ କେଜି ଗଂଜେଇ ଓ ୩ କ୍ଯୁଣ୍ଟାଲ ଭାଙ୍ଗ ଜବତ କରିଛି । ଏହି ଗଂଜେଇ ଓ ଭାଙ୍ଗର ଆନୁମାନିକ ମୁଲ୍ଯ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ଏକ କାର୍ ଜବତ ହୋଇଛି ।
ପୁଣି କାର ସହ ଗଂଜେଇ ଜବତ। ୫୫ କେଜି ଗଂଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ । ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗୁଳି ଛକ ନିକଟରେ ରେଡ଼ କରିଥିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ । ଖଲିକୋଟ ରୁ ବିହାର ଚାଲାଣ ହେଉଥିଲା ଏହି ଗଂଜେଇ । ବିହାର ର ପରଭେଜ ଅନସାରି ଓ ହବିବୁଲ୍ଲା ଅନସାରି ନାମକ ଦୁଇ ଯୁବକଙ୍କୁ ସ୍କ୍ୱାଡ଼ ଗିରଫ କରିବା ସହ ଏକ କାର ଜବତ କରିଛି ଅବକାରୀ ବିଭାଗ। ଜବତ ଗଂଜେଇର ଆନୁମାନିକ ମୁଲ୍ଯ ୩ ଲକ୍ଷ ରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି ।
ସେହିପରି କଟକ ଗୋପାଳପୁର ନିକଟରୁ ତିନି କ୍ଯୁଣ୍ଟାଲ ଭାଙ୍ଗ ଜବତ କରିଛି କଟକ ଜିଲ୍ଲା ଅବକାରୀ ମୋବାଇଲର ଏକ ସ୍କ୍ୱାଡ଼ । ବିଶେଷ ସୂତ୍ରରୁ ଖବର ପାଇ ଓଏମପି ଛକରୁ ଫୁଲନଖରା ଭିତରେ ସନ୍ଦେହଜନକ ଗାଡି ଚଳାଚଳ ଉପରେ ନଜର ରଖିଥିଲା ଜିଲ୍ଲା ଅବକାରୀ ବିଭାଗ। ଫଳରେ ଗୋପାଳପୁର ଛକ ନିକଟରୁ ତିନି କ୍ଯୁଣ୍ଟାଲ ଭାଙ୍ଗ ଜବତ କରିବା ସହ ବିହାର ର ୫୮ ବର୍ଷୀୟ ମହେନ୍ଦ୍ର ସହନୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବିହାର ରୁ ପୁରୀ ଓ ଭୁବନେଶ୍ୱର କୁ ଚାଲାଣ ହେଉଥିଲା ଏହି ଭାଙ୍ଗ। ଜବତ ଭାଙ୍ଗ ର ଆନୁମାନିକ ମୁଲ୍ଯ ୩ ଲକ୍ଷ ଟଙ୍କା ହେବ।