ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ, ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ

ବ୍ରହ୍ମପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍‌ସ ପକ୍ଷରୁ ଚଢାଉ ଜାରି ରହିଛି। ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ରେଡ୍‌ ଚାଲିଛି।

ବ୍ରହ୍ମପୁର ଗଜପତିନଗରରେ ଏକ ୪ ମହଲା ଘର ଓ ଭୁବନେଶ୍ୱର ଏମ୍‌ସ ନଗରରେ ଥିବା ୪ ମହଲା ଘର ରହିଛି ବ୍ରହ୍ମପୁର ଆମ୍ବପୁଆନଗର ସରକାରୀ କାର୍ଯ୍ୟାଳୟ ଓ ଗଞ୍ଜାମ ଛତ୍ରପୁରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍‌।

ରେଡ୍‌ ପୂର୍ବରୁ ଭିଜିଲାନ୍ସ ଟିମକୁ ଅସହଯୋଗ କରି ଜଗନ୍ନାଥ ସେଠୀ ବ୍ରହ୍ମପୁର ଏବଂ ତାଙ୍କ ପୁଅ ଭୁବନେଶ୍ୱର ସ୍ଥିତ ଘରେ ତାଲା ପକାଇଥିଲେ । ତାଲା ଖୋଲିବାକୁ ଉଭୟଙ୍କୁ ଭିଜିଲାନ୍ସ ଅନୁରାଧ କରିଥିଲା । ଏହା ସତ୍ତ୍ୱେ ତାଲା ନ ଖୋଲିବାରୁ ତାଲା ଭାଙ୍ଗି ଭିଜିଲାନ୍ସ ଟିମ ଘର ଭିତରେ ପସିଥିଲା । ଚଢାଉରେ ଭିଜିଲାନ୍‌ସର ଜଣେ ଅତିରିକ୍ତ ଏସ୍‌ପି, ୪ଜଣ DSP, ୧୦ଜଣ ଇନିସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।