ଭିଜିଲାନ୍ସ ଜାଲରେ ବାଲେଶ୍ବର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ରେଡ୍‌ ଚାଲିଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଯାଞ୍ଚ । ରାଜ୍ୟ ବାହାରେ ମଧ୍ୟରେ ରେଡ୍‌ ହୋଇଛି । ବିଶାଖାପାଟଣା ଚିନ୍ନାଗାଡିଲି ହିଲ୍‌ ଭିୟୁରେ ମହେଶଙ୍କର ଫ୍ଲାଟ ରହିଛି ।

ଏହାସହ ରାୟଗଡାର ପୈତୃକ ଘର ଓ ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍‌ ପ୍ଲାଜାରେ ଥିବା ଫ୍ଲାଟରେ ଚଢାଉ କରୁଛନ୍ତି ୫ଟି ଟିମ୍‌ । ବାରିପଦା ସରକାରୀ କ୍ୱାଟର ଓ ବାଲେଶ୍ୱର କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟରେ ରେଡ୍‌ ହୋଇଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଛି । ଚଢାଉରେ ୩ଜଣ ଡିଏସପି, ୧୨ଜଣ ଇନସ୍ପେକ୍ଟର, ୨ଜଣ ସବ ଇନସ୍ପେକ୍ଟର, ୫ଜଣ ଏଏସଆଇଙ୍କ ସହ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.