ପାରାଦ୍ବୀପ ସମୁଦ୍ର ତଟରେ ମିଳିତ ସମରାଭ୍ୟାସ, ଆତଙ୍କୀଙ୍କୁ ଚେକ୍‌ ଦେବାକୁ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ

ପାରାଦ୍ବୀପ: ପାରାଦ୍ବୀପ ସମୁଦ୍ର ତଟରେ ମିଳିତ ସମରାଭ୍ୟାସ । ଉପକୂଳ ସୁରକ୍ଷା ପାଇଁ ମିଳିତ ସମରାଭ୍ୟାସ ‘ସାଗର କବଚ-୧’। ଦୁଇ ଦିନ ଧରି ଚାଲିବ ସମରାଭ୍ୟାସ। ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୦ରୁ ଊର୍ଦ୍ଧ୍ବ ବିଭାଗ । ସମ୍ବେଦନଶୀଳ ଅଞ୍ଚଳରେ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ । ପଇଁତରା ମାରୁଛନ୍ତି ନୌସେନା, କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ସଜାଗ ରହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୦ରୁ ଉର୍ଦ୍ଧ୍ବ ବିଭାଗ ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଆଜି ସକାଳୁ ଜଳପଥ ସମେତ ସ୍ଥଳପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି ।

 

ଆହୁରି ପଢ଼ନ୍ତୁ : କଟକ ବୟାଳିସ ମୌଜା ଥାନା ଅଞ୍ଚଳ ହତ୍ୟାକାଣ୍ଡ ଘଟଣା; ଲାଇଭ ଡେମୋ ଦେଖାଇଲେ ଗିରଫ ଅଭିଯୁକ୍ତ