ରୋଗୀଙ୍କ ଜୀବନ ସହ ଖେଳ, ଫେବ୍ରୁଆରୀ ମାସ ନ ପୁରୁଣୁ ମିଳିଲା ଜୁଲାଇ ମାସର ରକ୍ତ ପ୍ୟାକେଟ୍
କଟକ: ରକ୍ତ ଭଣ୍ଡାରରେ ଅନିୟମିତତା। ଲୋକଙ୍କ ଜୀବନ ସହ ଖେଳ। ବାରମ୍ବାର ୫-ଟି ସଚିବଙ୍କ ଗସ୍ତ ସତ୍ବେ କାହିଁକି କର୍ମଚାରୀଙ୍କ ଖାମଖିଆଲ ନୀତି । ଯାହା ଦେଖିବାକୁ ମିଳିଛି କଟକ ବଡ ମେଡିକାଲରେ । ସୂଚନା ଅନୁଯାୟୀ କଟକର ପରମ ଜ୍ୟୋତି ସିନ୍ହା ନିଜ ଦୁଇ ମାସର ଶିଶୁ ପାଇଁ ରକ୍ତ ନେବାକୁ ଆସିଥିଲେ ସେଣ୍ଟ୍ରୋଲ୍ ରେଡକ୍ରସ୍ ବ୍ଳଡ୍ ବ୍ୟାଙ୍କକୁ । କିନ୍ତୁ ତାଙ୍କୁ ମିଳିଥିଲା ୧୪/୦୭/୨୦୨୦ ତାରିଖ ଥିବା ରକ୍ତ ପ୍ୟାକେଟ୍ । ଏଠି ଫେବ୍ରୁଆରୀ ମାସ ନ ପୁରୁଣୁ ଜୁଲାଇ ମାସର ରକ୍ତ ଆସିଲା କୋଉଠୁ? ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏନେଇ ଅଧିକାରୀଙ୍କୁ ପଚାରିବାକୁ ସେ କିଛି ପ୍ରତିକ୍ରିୟା ନଦେଇ ଚାଲିଯାଇଥିଲେ । ତେବେ ଏଘଟଣା ଜଣାପଡିବାପରେ ପରମ ଜ୍ୟୋତିଙ୍କୁ ନୂଆ ରକ୍ତ ପ୍ୟାକେଟ୍ ମିଳିଥିଲା । କିନ୍ତୁ ଯଦି ଏମିତି ଭୂଲ୍ ହୁଏ ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ଥିବା କଥାକୁ ଏଡା ଯାଇପାରିବନାହିଁ ।