ବେଗୁନିଆ: ଗୋଟେ ପଟେ ରୋଗୀଙ୍କୁ ମିଳୁନି ଔଷଧ, ଅନ୍ଯପଟେ ନିଆଁରେ ପୋଡାଯାଇଛି ଗଦା ଗଦା ଏକ୍ସପାରୀ ମେଡିସିନ୍

ବେଗୁନିଆ: ଖୁଲମ ଖୁଲା ଆତ୍ମସାତ୍ ହେଉଛି ସରକାରୀ ଟଙ୍କା । କାହାକୁ ନାହିଁ ଭୟ । ଉନ୍ନତ ସ୍ବାସ୍ଥ୍ଯ ସେବା ପାଇଁ ସରକାର ପ୍ରତିବଦ୍ଧ। ହେଲେ ଅବ୍ଯବସ୍ଥା ଭିତରେ ଚାଲଛି ସବୁ ଯୋଜନା । ଗୋଟେ ପଟେ ରୋଗୀଙ୍କୁ ମିଳୁନି ଔଷଧ। ହେଲେ ଅନ୍ଯପଟେ ନିଆଁରେ ପୋଡାଯାଇଛି ଗଦା ଗଦା ଏକ୍ସପାରୀ ମେଡିସିନ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରର ପଛପଟେ । ଇଏ ସେହି ଔଷଧ ଯାହା ରୋଗୀଙ୍କୁ ବଣ୍ଟନ କରାଯିବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ରୋଗୀଙ୍କୁ ମେଡିସିନ୍‌ ଦିଆଯାଉନଥିବା ଅଭିଯୋଗ ହୋଇଛି।

ରୋଗୀଙ୍କୁ ମେଡିସିନ୍ ନଦେଇ ଏଭଳି ଏକ୍ସପାରି ହେବା ପରେ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ଏହାକୁ ଲୁକ୍କାୟିତ ଭାବେ ନିଆଁରେ ପୋଡିଦିଆଯାଉଥିବା ଦେଖିବାକୁ ମିଳିଛି।ଇଏ ଆଜି କି କାଲି କଥା ନୁହେଁ , ବିଗତ ବହୁ ଦିନରୁ ବେଗୁନିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏପରି ଔଷଧ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି। ଯାହାର ପୁଣି ପୁନରାବ୍ରୁତି ହୋଇଛି । ଖୋଦ୍‌ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଅଆସିଛି।

ସେପଟେ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଅନେକ ସମୟରେ ଏଠାରେ ନରହି ଖୋର୍ଦ୍ଧାରେ ରହୁଥିବା ଅଭିଯୋଗ ହୋଇଛି। ତେବେ ଅନ୍ଯପଟେ ଔଷଧ ପୋଡାଯିବା କଥା ନୁହେଁ, ତେଣୁ କେଉଁ କାରଣରୁ ଏତେ ପରିମାଣର ମେଡିସିନ୍ ପୋଡାଯାଇଛି ତାହା ତଦନ୍ତ ପରେ କୁହାଯିବ ବୋଲି ଫୋନ ଯୋଗେ ସେ ପ୍ରତିକ୍ରିୟା ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.