ଢେଙ୍କାନାଳ: ପୋଲିସ ଚେକିଂ ବେଳେ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ପୋଲିସକୁ ସଫଳତା। ପୋଲିସ ଚେକିଂ ବେଳେ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ । ଏହାସହ ବିସ୍ଫୋରକ ଚାଲାଣ ହେଉଥିବା କାର୍‌କୁ ମଧ୍ୟ ଜବତ କରିଛି ପୋଲିସ । ଏଥିରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ମୋଟଗାଁ ଥାନା ବଳରାମପ୍ରସାଦ ଗାଁର ସୁବ୍ରତ କୁମାର ଜେନା ।

ପର୍ଜଙ୍ଗ ଥାନାର ହାତୀଲୁଚାଣି ନିକଟରେ ପୋଲିସ ଚେକିଂ ଚାଲିଥିବା ବେଳେ ଏକ କାରକୁ ଅଟକାଇଥିଲା ପୋଲିସ । ଯାଞ୍ଚ ବେଳେ କାର୍‌ରୁ ବିପୁଳ ପରିମାଣର ବିସ୍ଫୋରକ ମିଳିଥିଲା । ଗିରଫ ଅଭିଯୁକ୍ତ ଦୀର୍ଘ ଦିନ ହେବ ଏହି ବିସ୍ଫୋରକ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।.

Leave A Reply

Your email address will not be published.