ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ବାଉଁସୁଣି ପୋଲିସ୍ ଦ୍ଵାରା ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ । ଡ୍ରାଇଭର ରାଜେଶ୍ ପ୍ରଧାନ ଅଟକ । ବେଆଇନ ଭାବେ ରାମଚଣ୍ଡୀ କ୍ରସରକୁ ବିସ୍ଫୋରକ ଯାଉଥିବା ସମୟରେ ସିଆଲିମୁଣ୍ଡା ଛକରୁ ଜବତ କଲା ପୋଲିସ । କ୍ରସର ମାଲିକଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
ସୂଚନା ଅନୁଯାୟୀ ବାଉଁସୁଣି ଥାନା ଅନ୍ତର୍ଗତ ଗୋଛପଡା ସ୍ଥିତ ରାମଚଣ୍ଡୀ କ୍ରସରକୁ ସିଆଲିମୁଣ୍ଡା ଛକ ଦେଇ ଏକ ବିସ୍ଫୋରକ ବୋଝେଇ ଟ୍ରକ ଯାଉଥିବା ବେଳେ ଗ୍ରାମବାସୀ ଟ୍ରକଟିକୁ ଅଟକ ରଖି ବାଉଁସୁଣି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାଉଁସୁଣି ପୋଲିସ୍ ପହଞ୍ଚି ବିସ୍ଫୋରକ ବୋଝେଇ ଟ୍ରକ ଜବତ କରିବା ସହ ଗାଡି ଡ୍ରାଇଭର ରାଜେଶ୍ ପ୍ରଧାନକୁ ଥାନାରେ ଅଟକ ରଖିଛି। ତେବେ ଟ୍ରକରେ କେତେ ମାତ୍ରାରେ ବିସ୍ଫୋରକ ଅଛି ସେ ନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏହି ମାମଲାରେ କ୍ରଶର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାମରେ ମାମଲ ରୁଜୁ କରିଛି ପୋଲିସ୍ ।
କ୍ରସର ମାଲିକ ଫେରାର ଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ୍ ତାଙ୍କୁ ଗିରଫ କରିପାରିନାହିଁ । ପୋଲିସ ମାଲିକଙ୍କ ଭାଇଙ୍କୁ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଆଣି ପଚରାଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି । ତେବେ ଏ ସଂକ୍ରାନ୍ତ ରେ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ନେଇ ସନ୍ଦେହ ଘେରରେ ବାଉଁସୁଣି ପୋଲିସ୍ ।