ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ଗୁରୁତର

ନୟାଗଡ଼: ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ନୟାଗଡ଼ ଫତେଗଡ଼ ଥାନା ତରବାଲୁ ଗାଁ ଉପରସାହିରେ ବାଣ ବିସ୍ଫୋରଣ ହୋଇଛି । ତରବାଲୁ ଗାଁ ଉପରସାହିର ଧନେଶ୍ୱର ଦଳେଇ ଆଜି ଭୋରରୁ ଘରେ ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଫଳରେ ଧନେଶ୍ୱରଙ୍କ ୬୦ଭାଗରୁ ଉର୍ଦ୍ଧ ଶରୀର ପୋଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି ଘର ।
ସେହିପରି ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଅଞ୍ଚଳରେ ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର, ମାଡିବସିଲା ପୋଲିସ । ଚଢାଉ କରି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି । ଆଗକୁ ଦୀପାବଳି ଆସୁଥିବାରୁ ସୁରଜ କିଷାନ ନାମକ ଜଣେ ବ୍ୟକ୍ତି ବିନା ଲାଇସେନ୍ସରେ ନିଜ ଗୋଦାମରେ ବାଣ ରଖି ବିକ୍ରି କରୁଥିଲେ । ରକେଟ, ଝୁରୁଝୁରି, ମରିଚ ବାଣ,ସୁତା ବାଣ, ଟାଇଗର ବମ୍ବ ଭଳି ଅନେକ ବାଣ ଜବତ ହୋଇଛି l ପୋଲିସ ବାଣ ଜବତ କରିବା ସହ ବ୍ୟବସାୟୀ ସୁରଜ କିଷାନଙ୍କ ନାଁରେ ଖାତିଗୁଡ଼ା ଥାନାରେ ଏକ ମାମଲା ଦାୟର କରିଛି ।