ଟଳିଯାଇଛି ସୁବର୍ଣ୍ଣରେଖାରେ ବଡ଼ ଧରଣର ବିପତ୍ତି: ବାଲେଶ୍ୱର ଜିଲ୍ଲାର ୪ ବ୍ଲକରେ ବ୍ୟାପକ କ୍ଷୟକ୍ଷତି

ବାଲେଶ୍ବର(କେନ୍ୟୁଜ୍): ଉପର ମୁଣ୍ଡରେ ବର୍ଷାର ପ୍ରକୋପ ଥମିବା ପରେ ସୁବର୍ଣ୍ଣରେଖାରେ ବଡ଼ ଧରଣର ବିପତ୍ତି ଟଳିଯାଇଛି । ହେଲେ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୨୦୦ ଗାଁ ପାଣିଘେରରେ ରହିଛି । ଝାଡ଼ଖଣ୍ଡ ଗାଲୁଡିହି ଡ୍ୟାମର ୧୬ଟି ଗେଟ୍ ବନ୍ଦ କରାଯାଇଛି ।
ତଳିଆ ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ୨ରୁ ୩ ଦିନ ଯାଏ ବନ୍ୟା ସ୍ଥିତି ଲାଗିରହିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ୪୦ ହଜାର ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ୨୧୩ଟି ବନ୍ୟା ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ରଖାଯାଇଛି । ୧୭୫ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସୁବର୍ଣ୍ଣରେଖା ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ଥିବାବେଳେ ଏବେ ରହିଛି ୧୦.୩୦ ମିଟର ।