ବାତ୍ୟା ଦାନା ପ୍ରଭାବରେ ରାଜନଗରରେ ବ୍ୟାପକ କ୍ଷୟକ୍ଷତି, ଶତାଧିକ ପରିବାର ଜଳବନ୍ଦୀ

ରାଜନଗର : ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡ଼ା ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଘର ଦ୍ଵାର ଭାଙ୍ଗିଛି ,ଗଛ ଉପୁଡ଼ି ପଡିଛି, ବିଦ୍ୟୁତ୍ ଖୁଣ୍ଟ ଉପୁଡିଛି,ଚାଷ ଜମି ନଷ୍ଟ ହୋଇଛି ,ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭିତରକନିକା ହବାଳି ଖଟିରେ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ପରେ ସେଠାରେ ଥିବା କଟେଜ ଗୁଡିକ ଭାଙ୍ଗି ଛାରଖାର ହୋଇଛି । ୪ଦିନ ହେବ ବିଦ୍ୟୁତ୍ ସରବରାହ ବନ୍ଦ ଅଛି । ରାଜନଗର ଅନ୍ଧାରରେ ଅଛି । ସାତଭାୟା ର ବଗପାଟିଆ,ଚାରିଘରିଆ ର ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।
ଭାରତୀୟ ନୈସେନା ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ବଗପାଟିଆ ଓ ଚାରିଘରିଆ ଗାଁ ରେ ପହଁଞ୍ଚି ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ଶହ ଶହ ଏକର ଚାଷଜମି ପାଣିରେ ବୁଡି ରହିଛି। ରାଜନଗର ବିଡ଼ିଓ କହିଛନ୍ତି କ୍ଷୟକ୍ଷତି ର ଆକଳନ ଚାଲିଛି ଖୁବଶୀଘ୍ର କ୍ଷୟକ୍ଷତି ର ରିପୋର୍ଟ ଆସିବ । ଅନ୍ୟପଟେ ରାଜନଗର ବିଧାୟକ ବାତ୍ୟା ପରିଚାଳନାରେ ସରକାର ଫେଲ ମାରିଛନ୍ତି । ତୁରନ୍ତ ବାତ୍ୟା ବିପନ୍ନ ଲୋକଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରିବର୍ତ୍ତେ ଯେଉଁ କର୍ମଚାରୀମାନେ ଦିନରାତି ଏକ କରି ବାତ୍ୟା ସମୟରେ ଲୋକମାନଙ୍କ ପାଇଁ କାମ କରୁଥିଲେ ସେଇମାନଙ୍କୁ ନିଲମ୍ବିତ କରି ସରକାର କଣ ବାର୍ତ୍ତା ଦେବାପାଇଁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପ୍ରକାଶଯୋଗ୍ୟ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୪ ପିଇଓ ଏବଂ ଜଣେ ଆରଆଇଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।