ନରସିଂହପୁର ବ୍ଲକରେ ଭୋଟରଙ୍କ ପାଇଁ ହୋଇଛି ବ୍ୟାପକ ସୁବିଧା, ପିଇବା ପାଣି ସାଙ୍ଗକୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା

କଟକ (କେନ୍ଯୁଜ୍): କଟକରେ ଆରମ୍ଭ ହୋଇ ଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କଟକ ଜିଲ୍ଲା ନରସିଂହପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ହୋଇଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଲୋକମମାନେ କିପରି ସୁରୁଖୁରୁରେ ଭୋଟ ଦେଇ ପାରିବେ ତାର ଉପରେ ଗୁରୁତ୍ୱ ଦିଆଯାଇଛି। ଲୋକମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସାଙ୍ଗକୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ତା କରାଯାଇଛି। ଯେପରି ସେମାନେ ସୁବିଧାରେ ନିଜର ଭୋଟରଙ୍କୁ ଭୋଟ ଦେଇ ପାରିବେ।

ଅନ୍ୟ ପଟେ କିଛି ଅପ୍ରୀତକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ପ୍ରଦାନ କରାଯାଇଛି। ମୋଟ ୪୩୫୧ ଜଣ ଭୋଟର ଥିବା ବେଳେ ସରପଞ୍ଚରେ ୩ ଜଣ ଓ ସମିତି ସଭ୍ୟ ରେ୪ ଜଣଙ୍କ ଭାଗ୍ୟ ନିର୍ଧାରଣ କରିବେ ପଞ୍ଚାୟତ ବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.