ଓଡ଼ିଶା ମୁଁହା ବାତ୍ୟା ‘ଦାନା’: ଭଦ୍ରକ ବାଲେଶ୍ୱରରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଭଦ୍ରକ/ ବାଲେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇଛି ।  ଆସନ୍ତାକାଲି ଏହାର ବାତ୍ୟାର ରୂପ ନେବ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।  ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।  ଜିଲ୍ଲାରେ ୭ଟି ବ୍ଲକରେ ଥିବା ୧୦୫ଟି ବାତ୍ୟା ଆଶ୍ରୟ ସ୍ଥଳ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କୁ ରିପୋର୍ଟ ମଧ୍ୟ ଦିଆଯାଇଛି ।  ସମୁଦ୍ର ଭିତରୁ ୯୧୧ଟି ବୋଟ ଫେରି ଆସିଛି ।  ଆବଶ୍ୟକ ହେଲେ ସମୁନ୍ଦ୍ର ଉପକୂଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ବୋଲି ଜିଲ୍ଲାପାଳ କହିଛନ୍ତି ।

ସେହିପରି ବାତ୍ୟା ଦାନାକୁ ନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର । ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଦାୟିତ୍ବ ବାଣ୍ଟିଛନ୍ତି ।  ଜିଲ୍ଲାରେ ପ୍ରତିବର୍ଷ ଅକ୍ଟୋବରରେ ୮ଟି ବ୍ଲକର ଲୋକ ବେଶ ପ୍ରଭାବିତ ହୋଇଥାନ୍ତି ।  ଓଡ଼ିଶା ଉପକୂଳ ଦେଇ ବାତ୍ୟା ପ୍ରବାହିତ ହେବା ନେଇ ପୁରା ଜିଲ୍ଲାକୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି ।

You might also like