ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଲେ ଜୟଶଙ୍କର । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଏସ ଜୟଶଙ୍କର । ବିମାନବନ୍ଦରରୁ ସିଧାସଳଖ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି ।
କୋଣାର୍କ ଇକୋରିଟ୍ରିଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରାତ୍ରି ଯାପନ କରିବେ । ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ । ତାପରେ ଭୁବନେଶ୍ଵର ଶାନ୍ତିସ୍ତୁପ ଧଉଳି ପରିଦର୍ଶନ କରିବେ ।
ଜୟଶଙ୍କର କହିଛନ୍ତି ଯେ ଓଡ଼ିଶା ବହୁତ ଭବ୍ୟ ଭାବେ “ପ୍ରବାସୀ ଭାରତୀୟ ଦିବସ ” କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାହା ସୂଚନା ଦେଇଛନ୍ତି, ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମୋର ପୁରା ବିଶ୍ୱାସ ପ୍ରଧାନମନ୍ତ୍ରୀ ଯେତେବେଳେ ଆସିବେ ଏହି କାର୍ଯ୍ୟକ୍ରମ ବହୁତ ସୁନ୍ଦର ଏବଂ ସଫଳ ହେବ।