ରାଜ୍ୟ

ବିଲୁପ୍ତ ହୋଇଯାଉଛି ମାଟି କୁସ୍ତି, ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପ୍ରସାସନ ନିକଟରେ ଦାବି କଲେ ମଲ୍ଲଯୋଦ୍ଧା

ମାଟି କୁସ୍ତି ନାଁ ଟା ପ୍ରାୟ ବିଲୁପ୍ତ ହେବାକୁ ବସିଲାଣି । ଆଜିର ଆଧୁନିକ ଯୁଗରେ ଲୋକମାନେ ଜିମ୍‌ ଯାଉଥିବାବେଳେ କୁସ୍ତିକୁ ଆଉ ପଚାରେ ବା କିଏ । କିନ୍ତୁ କିଛି ମଲ୍ଲଯୋଦ୍ଧା ବା କୁସ୍ତିଯୋଦ୍ଧା ଏହାକୁ ବଞ୍ଚେଇ ରଖିବା ପାଇଁ ପ୍ରସାସନ ନିକଟରେ ଦାବି କରୁଛନ୍ତି । କୁସ୍ତି ଏବଂ ଆଖେଡାର ପେଣ୍ଠ ସ୍ଥଳୀ ହେଉଛି ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଜାଗାଘର। ଶ୍ରୀମନ୍ଦିର ନୀତିକାନ୍ତି ସହ କାହିଁ କେତେ ବର୍ଷରୁ ଅଙ୍ଗାଙ୍ଗୀ ଭାବେ ଜଡିତ ଜାଗାଘରର ପରମ୍ପରା ଓ ସଂସ୍କୃତି ବେଶ୍ ନିଆରା। ଶରୀରଚର୍ଯ୍ୟା ସାଙ୍ଗକୁ ମାଟି କୁସ୍ତି ଜାଗାଘରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ। କିନ୍ତୁ ବିଗତ କେତେବର୍ଷ ହବ ଆଧୁନିକତାର ଛାପ ଯୋଗୁଁ ମାଟି କୁସ୍ତି ଏବେ ବିଲୁପ୍ତ ହେବାକୁ ବସିଛି। ସେପଟେ ପରମ୍ପରାକୁ ସମ୍ମାନ ଦେଇ ଜାଗାଘର ମାନଙ୍କରେ ମାଟି କୁସ୍ତି ପ୍ରଚଳନ ପୁର୍ନବାର ଆରମ୍ଭ କରିବାକୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛନ୍ତି ସାହିର ଭେଣ୍ଡିଆ, ମଲ୍ଲଯୋଦ୍ଧା ତଥା କୁସ୍ତିଯୋଦ୍ଧା ।

ଯଦି ବି ଏହି କୁସ୍ତି ଦେଖିବାକୁ ମିଳୁଛି କେବଳ ଷ୍ଟେଜରେ କିନ୍ତୁ ମାଟି କୁସ୍ତି ଆଉ ଦେଖିବାକୁ ମିଳୁନି । ସକାଳୁ ସନ୍ଧ୍ୟା ପୁରୀର ବିଭିନ୍ନ ଜାଗା ଆଖେଡା ମାନଙ୍କରେ ଭେଣ୍ଡିଆ ମାନେ ସମରାଭ୍ୟାସ କରିଥାନ୍ତି । ସାହି ଗଳିକନ୍ଦିରୁ ଭାସି ଆସୁଥିବ କୁସ୍ତିଯୋଦ୍ଧାଙ୍କ ବୀର ରଡ଼ି । କୁସ୍ତିଯୋଦ୍ଧାଙ୍କ ନିର୍ଭୟ ଠାଣି, ବିଶାଳ ବାହୁ ଆଉ ତେଲ ମାଲିସ ହୋଇଥିବା ଚିକ୍ ଚିକ୍ ଶରୀର, ପରିବେଶରେ ଭରି ଦିଏ ଏକ ଭିନ୍ନ ଉର୍ଜା। ଶତାବ୍ଦୀ ଶତାବ୍ଦୀ ଧରି କୁସ୍ତି ପୁରୀକୁ ଦେଇଛି ଭିନ୍ନ ଏକ ପରିଚୟ । ଏ ମାଟିରେ ଜନ୍ମିଛନ୍ତି ଶହଶହ ଜାତୀୟ ସ୍ତରୀୟ କୁସ୍ତିଯୋଦ୍ଧା । ହେଲେ ପ୍ରୋତ୍ସାହନ ଅଭାବରୁ ଶ୍ରୀକ୍ଷେତ୍ରରେ କୁସ୍ତି ଏବେ ବିପର୍ଯ୍ୟସ୍ଥ ଅବସ୍ଥା ରେ ପଡ଼ି ରହିଛି । ମାଟି କୁସ୍ତି ଓ ସଂସ୍କୃତି ବିଲୁପ୍ତ ହେଉଥିବାରୁ ଏହି କୁସ୍ତିଯୋଦ୍ଧାମାନେ ଜିମ୍‌ ଯିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପଣା ସଂକ୍ରାନ୍ତି ଦିନ ଏହି ମାଟିକୁସ୍ତି ଦେଖିବାକୁ ମିଳିଥାଏ । ବହୁ ବର୍ଷ ପୂର୍ବରୁ ଜାଗା ଆଖେଡାର କୁସ୍ତି ଯୋଦ୍ଧା ଏବଂ ଭେଣ୍ଡିଆ ମାନେ ଶ୍ରୀମନ୍ଦିର କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ତେଣୁ ସରକାର ଓ ପ୍ରଶାସନ ମାଟି କୁସ୍ତି ପରମ୍ପରାକୁ ପୁର୍ନଜୀବିତ ରଖିବା ଲାଗି ବିଭିନ୍ନ ମହଲ ରେ ଦାବି କରାଯାଇଛି l

ମାଟି କୁସ୍ତି ପରମ୍ପରା ବିଲୁପ୍ତ ହେଉଥିବାବେଳେ ପଣା ସଂକ୍ରାନ୍ତି ଦିନ ଏହି ପବିତ୍ର ମାଟିରେ ସାହିର କିଛି ଭେଣ୍ଡିଆମାନେ କୁସ୍ତି ଲଢ଼ନ୍ତି । ବିଭିନ୍ନ ସାମଗ୍ରୀ ଓ ଔଷଧୀୟ ଦ୍ରବ୍ୟର ମିଶ୍ରଣରେ ପ୍ରସ୍ତୁତ ଦିବ୍ୟ ମାଟିରେ କୁସ୍ତି କରି ନିଜ ଶରୀରକୁ ସତେଜ ଓ ସୁନ୍ଦର ରଖନ୍ତି ଜାଗା ଆଖଡାର ଭେଣ୍ଡିଆ ମାନେ। ସେପଟେ କୁସ୍ତି ପାଇଁ ପ୍ରଶାସନ ପକ୍ଷରୁ ପୁରୀ ତାଳବଣିଆ ଠାରେ ଏକ ନୂତନ ଗୃହ ନିର୍ମାଣ ହେଉଛି । ଏବଂ ମାଟି କୁସ୍ତିର ପୁନରୁଦ୍ଧାର ଓ ଜାଗା ଆଖଡାର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଟଙ୍କା ବିନିଯୋଗ ହୋଇଥିବା ଜିଲ୍ଲା କ୍ରୀଡା ଅଧିକାରୀ କହିଛନ୍ତି । ଅନ୍ୟପଟେ ଏବେ ମାଟି କୁସ୍ତି ଦିନକୁ ଦିନ ବିଲୁପ୍ତ ହେଉଥିବା ବେଳେ ଗଦି କୁସ୍ତି ଖେଳ ଅନୁଷ୍ଠିତ ହେଉଛି । ତେଣୁ ସରକାର ଚାହିଁଲେ ମାଟି କୁସ୍ତି ପରମ୍ପରା ଉଦଜୀବିତ ହୋଇପାରିବ ବୋଲି କ୍ରୀଡା ସଂସଦ ସଦସ୍ୟ ରବିଶଙ୍କର ପ୍ରତିହାରୀ କହିଛନ୍ତି । ପୁରୀ ର ବିଭିନ୍ନ ଜାଗା ଆଖେଡା ମାନଙ୍କର ଭିତ୍ତି ଭୂମି ବିକାଶ କରାଯାଉଥିବା ବେଳେ ମାଟି କୁସ୍ତି ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ପୁରୀ ରୁ ଅନେକ କୁସ୍ତି ଯୋଦ୍ଧା ବାହାର ଦେଶ ବିଦେଶ ରେ ସୁନାମ ଅର୍ଜନ କରିପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

7 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

11 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

11 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

12 hours ago