କମିଛି ବର୍ଷା, କମିନି ଦୁର୍ଦ୍ଦଶା: ମାଲକାନଗିରିରେ ବନ୍ୟା ସ୍ଥିତି, ପାଣି ଘେରରେ ରହିଛି ଶତାଧିକ ଗାଁ

ମାଲକାନଗିରି: କମିଛି ବର୍ଷା, କମିନି ଦୁର୍ଦ୍ଦଶା । ଦୁଇ ଦିନର ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ ଓ ରାୟଗଡ଼ାରେ ବି ସ୍ଥିତି ବେହାଲ ହୋଇଛି । ଲଗାଣ ବର୍ଷାରେ ପାଣି ଘେରରେ ରହିଛି ଶତାଧିକ ଗାଁ । କନ୍ୟାଶ୍ରମ ପୋଲ ଉପରେ ଆଜି ବି ୮ ଫୁଟ ଉଚ୍ଚ ପାଣି ଚାଲୁଛି । ଫଳରେ ପଡ଼ିଆ-କାଲିମେଳାକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି  ।  ପୋଟେରୁ ପୋଲ ଉପରେ ଚାଲିଛି ୩ରୁ ୪ ଫୁଟର ପାଣି । ମାଲକାନଗିରିରୁ ମୋଟୁ ,ଆନ୍ଧ୍ର ଓ ତେଲେଙ୍ଗାନାକୁ ଯାତାୟାତ ଠପ ହୋଇଯାଇଛି । ଚାଷ ଜମିରେ ପାଣି ଭର୍ତ୍ତି ହୋଇ ରହିବା ସହ ଅନେକ ଲୋକଙ୍କ ଘର ଭିତରେ ପାଣି ଜମିରହିଛି ।

ସେପଟେ ପାଙ୍ଗାମ ପୋଲରୁ ଖସିଛି ବନ୍ୟାଜଳ । ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି । ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୬ଟି ଓଡ୍ରାଫ ଟିମ୍ ନିୟୋଜିତ ହୋଇଛନ୍ତି । ମୋଟୁରେ ୧୮୦ ଲୋକ ଓ ପୋଟେରୁରେ ୮୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି । ମୁଦୁଲିପଡ଼ା ଓ ଚିତ୍ରକୋଣ୍ଡାରେ ଭୂସ୍କଳନ ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like