ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା, ତଳିଆ ଅଞ୍ଚଳରେ ରହୁଥିବା ଲୋକମାଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ଅନୁରୋଧ

ଯାଜପୁର ଟାଉନ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଶେଷ କରି ଜିଲ୍ଲାର କୋରେଇ, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ତଳିଆ ଅଞ୍ଚଳରେ ରହୁଥିବା ଲୋକମାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଇଛି । ଆଜି ସନ୍ଧ୍ୟାସୁଧା ବୈତରଣୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳ ପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.