ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ! ୫ ଜିଲ୍ଲାରେ ହାଇଆଲର୍ଟ ଜାରି

ଭୁବନେଶ୍ବର(କେନ୍ୟୁଜ): ଦୁର୍ବଳ ହେଲା ବାତ୍ୟା ଅସାନି । । ବାତ୍ୟା ପ୍ରଭାବରେ ପବନ କମ୍‌ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା ହୋଇପାରେ।

ଆଜି ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରିର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ ଓ ପୁରୀର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।

କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଉପକୂଳ ଓଡ଼ିଶାର ଅନେକ ସ୍ଥନାରେ ଓ ଆଭ୍ୟନ୍ତରୀଣର କିଛି ଜାଗାରେ ବର୍ଷା ସମ୍ଭାବନା ରହିଛି। ସ୍ଥିତି ମୁକାବିଲା ପାଇଁ ୧୨ଟି ଓଡ୍ରାଫ୍‌ ଓ ୧୨ଟି ଅଗ୍ନିଶମ ଟିମ୍‌ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.