ଶବାଗାରରୁ ମୃତ ଶିଶୁ କନ୍ୟାର ଆଖି ଗାଏବ ଘଟଣାର ଖୋଳତାଡ ଆରମ୍ଭ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରୁ ମୃତ ଶିଶୁ କନ୍ୟାର ଆଖି ଗାଏବ ଘଟଣାର ଖୋଳତାଡ। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଅନୁଗୁଳରେ ପହଞ୍ଚି ଏନେଇ ଆଲୋଚନା କରୁଛନ୍ତି। ଘଟଣା ସମ୍ପର୍କରେ ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ। ଗତକାଲି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ଥିବା ମୃତ ଶିଶୁ କନ୍ୟାର ଆଖି ନଥିବା ଦେଖିବାକୁ ମିଳିଥିଲା। ଏନେଇ ପରିବାର ଲୋକ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକ ଆଖି ତାଡି ନିଆଯାଇଥିବା ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like