ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ଜଣେ କର୍ମଚାରୀ ଗୁରୁତର

ଟିଟଲାଗଡ: ଗୋଳାବାରୁଦ କାରଖାନାରେ ବିସ୍ଫୋରଣ । ଟିଟଲାଗଡ ଜିଲ୍ଲା ସଇଁତଳା ବଡମାଳ ୟୁନିଟ୍ ୬ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ରାସାୟନିକ ମିଶ୍ରଣ ବେଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।  ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।  ସେପଟେ ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।

ଆହୁରି ପଢ଼ନ୍ତୁ :  ଝଗଡ଼ା ସମାଧାନ କରିବାକୁ ଯାଇ ହଟହଟା ହେଲେ କନେଷ୍ଟବଳ, ୨ପରିବାର ମିଶି କଲେ ଆକ୍ରମଣ