ଧରା ଦେଉନି ବାଘୁଣୀ, ଟ୍ରାଙ୍କୁଲାଇଜ୍‌ କରିବାକୁ ଡେରା ପକାଇଛନ୍ତି ବିଶେଷଜ୍ଞ ଟିମ୍‌

ଅନୁଗୁଳ(କେନ୍ଯୁଜ୍) : ଧରାଦେଉନି ସୁନ୍ଦରୀ । ଚକ୍‌ମା ଦେଇ ଖସିଯାଉଛି । ସାତକୋଶିଆରେ ତୃତୀୟ ଥର ପାଇଁ ଫେଲ ମାରିଛି ସୁନ୍ଦରୀ ମିଶନ ଫେଲ୍‌ । ବାଘୁଣୀ ଲୁଚି ଥିବା ଜାଗା ନିକଟରେ ମଞ୍ଚା କରି ଛେଳି ଥୋପ ଦିଆଯାଇଛି । ପାଖରେ ରଖାଯାଇଛି ଯନ୍ତା । ହେଲେ ଛେଳି ଖାଇବାକୁ ଆସୁନି ବାଘୁଣୀ । ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ୪ଟି ବିଶେଷଜ୍ଞ ଟିମ୍‌ ।

୧୧୧ଗତକାଲି ବାଘମୁଣ୍ଡା ଓ କୁମୁରୀ ପାହାଡ଼ ଅଞ୍ଚଳରେ ସୁନ୍ଦରୀର ସନ୍ଧାନ ମିଳିଥିଲା । ଅନୁଗୁଳ ବନ ବିଭାଗ ଟିମ୍‌ ଟ୍ରାଙ୍କୁଲାଇଜ ପାଇଁ ଉଦ୍ୟମ କରିବା ବେଳେ ଡିଆଁ ମାରି ସୁନ୍ଦରୀ ଚମ୍ପଟ ମାରିଥିଲା । ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆର ଆଖପାଖ ଗାଁରେ ଭୟର ବାତାବରଣ । ତାକୁ ସ୍ଥାନାନ୍ତର ପାଇଁ ଦାବି ଜୋର ଧରିଛି । କୁହାଯାଉଛି, ଟ୍ରାଙ୍କୁଲାଇଜ କରିବାରେ ପୋଷା ହାତୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ବିନା ପୋଷା ହାତୀରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ ପାଇଁ ଉଦ୍ୟମକୁ ନେଇ ସ୍ଥାନୀୟ ବାସିନ୍ଦା ସନ୍ଦେହ ଉଠାଇଛନ୍ତି ।