ଘରେ ପଶି ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଉଦ୍ୟମ, ପାଟି କରିବାରୁ ବନ୍ଧୁକ ଓ ବାଇକ ଛାଡି ମାରିଲେ ଚମ୍ପଟ

ଆଳି (କେନ୍ୟୁଜ): ଘରେ ପଶି ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଉଦ୍ୟମ । ମହିଳା ପାଟି କରିବାରୁ ବନ୍ଧୁକ ଓ ବାଇକ ଛାଡି ଚମ୍ପଟ ମାରିଲା ଲୁଟେରା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବନ୍ଧସାହି ବିଲିକଣା ଗାଁରେ । ଗତକାଲି ରାତି ୯ଟାରେ ଗାଁର ଅଜୟ କୁମାର ଦାସ ଘରେ ନଥିବା ବେଳେ ଲୁଟେରା ଛାତ ଉପର ଦେଇ ଘରଭିତରକୁ ପଶିଥିଲେ ।

ଲୁଟ ପାଇଁ ଉଦ୍ୟମ କରୁଥିବା ବେଳେ ଅଜୟଙ୍କ ସ୍ତ୍ରୀ ଓ ବୋହୁ ଲୁଟେରାକୁ ଦେଖିବା ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଭୟଭୀତ ହୋଇ ଉଭୟ ପାଟିକରି ଘର ବାହାରକୁ ଚାଲିଆସିଥିଲେ ।

ପାଟିଶୁଣି ଲୋକେ ରୁଣ୍ଡ ହେବାରୁ ଲୁଟେରା ଧାରାପଡିବା ଭୟରେ ବନ୍ଧୁକ ଓ ବାଇକ ଛାଡ଼ି ଚମ୍ପଟ ମାରିଥିଲା । ଏନେଇ ଅଜୟ କୁମାର ଦାସ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଆଳି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ବନ୍ଧୁକ ଓ ବାଇକ ଜବତ କରି ଘଟଣାର ତଦନ୍ତ କରଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.