ADG ଅମିତାଭ ଠାକୁରଙ୍କ ନାଁରେ ଫେକ୍ ଆକାଉଣ୍ଟ

ଭୁବନେଶ୍ୱର : ADG ଅମିତାଭ ଠାକୁରଙ୍କ ନାଁରେ ଫେକ୍ ଆକାଉଣ୍ଟ । ଏନେଇ IG ସାଇବର କ୍ରାଇମ୍ ସଫିନ ଅହମ୍ମଦ ଓ DCP ଭୁବନେଶ୍ୱରଙ୍କୁ ଅବଗତ କରାଇଛନ୍ତି ଅମିତାଭା ଠାକୁର । ‘ଇନଷ୍ଟା ଆକାଉଣ୍ଟକୁ’ ଫେକ୍ କରାଯାଇଛି । ଫେକ୍ ଆକାଉଣ୍ଟ ଜରିଆରେ ଦୁର୍ବୃତ୍ତ ଅନେକଙ୍କୁ ଟଙ୍କା ମାଗୁଥିଲେ । ତାଙ୍କ ନାଁରେ କେହି ଯଦି ଟଙ୍କା ମାଗେ ବା ଅନ୍ୟ କିଛି ଅନୁରୋଧ କରେ ତାକୁ ଗୁରୁତ୍ଵ ନ ଦେବାକୁ କହିଛନ୍ତି ଏଡିଜି ଅମିତାଭ ଠାକୁର । ଏନେଇ ସାଇବର ଟିମ୍ ତନାଘନା ଆରମ୍ଭ କରିଛି ।
ସେପଟେ ୭ ମାସରେ ଲୁଟିଲେଣି ୪୬ କୋଟି । ଡିଜିଟାଲ ଆରେଷ୍ଟ ଓ ଟ୍ରେଡିଂରେ ଥୋପ ପାକାଇ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ପୋଛି ନେଉଛନ୍ତି ଲୁଟେରା । ଗତ ୭ ମାସରେ ପ୍ରାୟ ୪୫କୋଟି ୮୪ ଲକ୍ଷ ଟଙ୍କା ଠକିନେଲେଣି ଅଦୃଶ୍ୟ ଠକ । ସେଥିରୁ କମିଶନରେଟ ପୋଲିସ ମାତ୍ର ୧୦କୋଟି ୮୭ଲକ୍ଷ ଟଙ୍କା ଅଚଳ କରିବାରେ ସକ୍ଷମ ହୋଇଛି । ପ୍ରାୟ ୪କୋଟି ୮ଲକ୍ଷ ଟଙ୍କା ଫେରାଇ ଆାଣିବା ପାଇଁ କମିଶନରେଟ ପୋଲିସ ଉଦ୍ୟମ ଚଳାଇଛି ।