ରାଜଧାନୀରେ ବାବାଙ୍କ କାରନାମା ଜାରି, ଆଜି ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ଼ କଲୋନୀରେ ଲୋକଙ୍କୁ ତାବିଜ ଦେଇ ଠକିଲେ

ଭୁବନେଶ୍ୱର (କେନ୍ୟୁଜ୍‌) : ବାବା ବେଶରେ ମାତିଥିବା ଲୁଟେରାଙ୍କର ଆତଙ୍କ ଜାରି ରହିଛି । ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଓକିଲଙ୍କୁ ୩୫ ହଜାର ଟଙ୍କାର ଚୁନ ଲଗାଇଲା ପରେ ଆଜି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ କଲୋନୀରେ କିଛି ଲୋକଙ୍କୁ ଠକିଛନ୍ତି । ସେମାନେ ପଥରକୁ ତାବିଜ କରି ଓ ବିଭୁତି ବାହାର କରି ସାଇବାବାଙ୍କ ନାମରେ ଠକେଇ କରିଛନ୍ତି । କଲୋନୀରେ ପ୍ରାୟ ଦଶ ବାରଟି ପରିବାରକୁ ଠିକ ହଜାର ହଜାର ଟଙ୍କା ନେଇ ପଳାଇଛନ୍ତି ଏହି ଦୁଇ ବାବା । ତେବେ ଏତଲା ପରେ ବି ପୋଲିସ୍‌ ଏମାନଙ୍କୁ ଧରି ପାରିନାହିଁ । ଦିନ ଦ୍ୱିପହରରେ ଏମାନେ ଲୋକଙ୍କୁ ଠକି ଚାଲିଛନ୍ତି ।
ଅନ୍ୟପଟେ ଅନ୍ଧବିଶ୍ୱାସରେ ଯୋଗୁଁ ଏଭଳି ଭଣ୍ଡ ବାବାଙ୍କ ପାଲରେ ପଡ଼ିବାକୁ ପଛାଉ ନାହାନ୍ତି ଲୋକେ । ନିଜର ସମସ୍ୟା ଦୂର କରିବା ଲାଗି ବାବାଙ୍କ ଶରଣ ପଶୁଛନ୍ତି । ଗଣମାଧ୍ୟମରେ ବାରମ୍ବାର ସେମାନଙ୍କ କାରନାମା ସମ୍ପର୍କରେ ପ୍ରସାରଣ ହେଉଥିବା ସତ୍ତ୍ୱେ ଲୋକେ ସଚେତନ ହେଉନାହାନ୍ତି ।