ରାଜଧାନୀରେ ନକଲି କଲ୍ ସେଣ୍ଟର । ସୁନ୍ଦରପଦା କାଞ୍ଚନଟାୱାର ଆପାର୍ଟମେଣ୍ଟରୁ ଠାବ କଲା ପୋଲିସ । ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ୬ଜଣଙ୍କ ଘର କୋଲକାତାରେ ବୋଲି ଜଣାପଡିଛି । ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ଚାଲୁଥିଲା ପ୍ଲାନ। । ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ ପଠାଇ ଠକେଇ କରୁଥିବା ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର ।
ଏଥିସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ କରିଛି ପୋଲିସ । ଠକେଇରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଜେରା ହେବ। ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମ୍ ର ସାହାଯ୍ୟ ନିଆଯାଉଥିବା କହିଛନ୍ତି ଡିସିପି ।