ଜରୁରୀ ସେବାକେନ୍ଦ୍ରରେ ବଢୁଛି ଫେକ୍‌ କଲ୍‌ : ଅସାମାଜିକଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ପାଲଟିଛି ୧୦୮ ନମ୍ବର

ଭୁବନେଶ୍ୱର(କେନ୍ୟୁଜ): ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ୍‌ କଲ୍‌ । ଜରୁରୀକାନ ସେବା ୧୦୮ର ମାଗଣା ନମ୍ବର ଏବେ କିଛି ଅମାନିଆ ଯୁବକଙ୍କ ପାଇଁ ପାଲଟିଛି ମନୋରଞ୍ଜନର ମାଧ୍ୟମ । ୧୦୮ ନମ୍ବରରେ ଲଗାତାର କଲ କରି କିଛି କର୍ମଚାରୀଙ୍କୁ ହଇରାଣ କରିବା ସହ କରୁଛନ୍ତି ପ୍ରେମ ନିବେଦନ ।

ଜରୁରୀ ସେବା ପାଇଁ ନମ୍ବର ଉଦ୍ଦିଷ୍ଟ ଥିବା ଜାଣିବା ପରେ ମଧ୍ୟ ଲୋକେ ଏଭଳି ମଜାମସ୍ତି କରୁଛନ୍ତି । ପ୍ରାୟତଃ ସବୁଦିନ ଏଭଳି କିଛି କଲ୍‌ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ଏଭଳି ଅନାବଶ୍ୟକ କଲ ଯୋଗୁ ପ୍ରକୃତ ରୋଗୀ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.