୧୦୮ ଆମ୍ବୁଲାନ୍ସ ହେଲ୍ପଲାଇନକୁ ଆସୁଛି ଫେକ୍ କଲ: ମହିଳା କର୍ମଚାରୀଙ୍କୁ କରୁଛନ୍ତି ପ୍ରେମ ନିବେଦନ

ଭୁବନେଶ୍ବର(କେନ୍ୟୁଜ୍): ଆମ୍ବୁଲାନ୍‌ସ ସେବାକୁ ଆସୁଛି ଅଶ୍ଲୀଳ ଫୋନ୍‌କଲ । ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ୍‌ କଲ୍‌ । ଜରୁରୀକାଳୀନ ସେବା ୧୦୮ର ମାଗଣା ନମ୍ବର ଏବେ କିଛି ଉଦ୍‌ଭ୍ରାନ୍ତ ଯୁବକଙ୍କ ପାଇଁ ପାଲଟିଛି ମନୋରଞ୍ଜନର ମାଧ୍ୟମ । ୧୦୮ ନମ୍ବରରେ ଲଗାତାର କଲ କରି କିଛି କର୍ମଚାରୀଙ୍କୁ ହଇରାଣ କରିବା ସହ ମହିଳା କର୍ମଚାରୀଙ୍କୁ କରୁଛନ୍ତି ପ୍ରେମ ନିବେଦନ ।

ଜରୁରୀ ସେବା ପାଇଁ ନମ୍ବର ଉଦ୍ଦିଷ୍ଟ ଥିବା ଜାଣିବା ପରେ ମଧ୍ୟ ଲୋକେ ଏଭଳି ମଜାମସ୍ତି କରୁଛନ୍ତି । ପ୍ରାୟତଃ ସବୁଦିନ ଏଭଳି କିଛି କଲ୍‌ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ଏଭଳି ଅନାବଶ୍ୟକ କଲ ଯୋଗୁ ପ୍ରକୃତ ରୋଗୀ, ସେବା ପାଇବାରୁ ବଞ୍ଚିତ ରହୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.