ଯାଜପୁର : ନକଲି ଡିଜେଲ କାରଖାନା ଠାବ, ମାଷ୍ଟର ମାଇଣ୍ଡ ଗିରଫ

ଯାଜପୁର (କେନ୍ୟୁଜ) : ଆଜି ଯାଜପୁରରେ ଠାବ ହୋଇଛି ନକଲି ଡିଜେଲ କାରଖାନା। ବିପୁଳ ପରିମାଣର ଅପମିଶ୍ରିତ ତେଲ ଜବତ ସହ ବେଆଇନ କାରବାରର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି। ଯାଜପୁର ଜିଲ୍ଲା ବୈରୀ ଥାନା ବୁଢା କେନ୍ଦୁଆ ବଜାରରେ ଆଜି ଏକ ନକଲି ଡିଜେଲ କାରଖାନା ଠାବ କରାଯାଇଛି।

ବୈରୀ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏହି ନକଲି କାରଖାନାକୁ ଠାବ କରାଯିବା ସହ ଏଠାରୁ ୧୩ଟି ବ୍ୟାରେଲରେ ୨ହଜାର ୮ଶହ ଲିଟର ଅପମିଶ୍ରିତ ତେଲ ଜବତ କରାଯାଇଛି। ଏଥିସହ ମାଷ୍ଟର ମାଇଣ୍ଡ ଜୁମର ଖଟୁଆ ଗିରଫ କରାଯାଇଛି। ଦୀର୍ଘଦିନ ଧରି ଏଠାରେ ଏହି ନକଲି କାରବାର ଚାଲି ଆସୁଥିଲା।

କିରାସିନ ତେଲକୁ କେମିକାଲ ସହ ଅପମିଶ୍ରଣ କରି ନକଲି ଡିଜେଲ ପ୍ରସ୍ତୁତ କରାଯାଇ ଚୋରାରେ ବିକ୍ରୟ କରାଯାଉଥିଲା। ତେବେ ଯାଜପୁର ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୈରୀ ଥାନା ଅଧିକାରୀ ସଂଘମିତ୍ରା ନାୟକ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.