ଯାଜପୁର ପୋଲିସ୍ ହାତରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଗ୍ୟାଙ୍ଗ, ୩ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍):  ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଯାଜପୁର ପୋଲିସ୍। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ଠାରୁ କିଛି ନକଲି ଷ୍ଟାମ୍ପ, ପ୍ୟାଡ଼ ଆଦି ଜବତ କରାଯାଇଛି।

ବିଭିନ୍ନ ଲୋକଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେବା ନାଁରେ ନକଲି ଷ୍ଟାମ୍ପ ଓ ଦସ୍ତଖତ କରି ଲୋକଙ୍କୁ ନକଲି ପ୍ରମାଣ ପତ୍ର ଦେଉଥିଲେ। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅନୁପ ନାଥ ଶର୍ମା ଯାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ୩ ଅଭିଯୁକ୍ତଙ୍କୁ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଗିରଫ କରାଯାଇଛି।

ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତି ଅଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.