ନକଲି ଡାକ୍ତରଙ୍କ ଅସଲି ଚିକିତ୍ସା, ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍‌ରେ ଖୋଲାଖୋଲି ଚାଲିଛି ରୋଗୀ ଦେଖା

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ଚାଲିଛି ନକଲି ଡାକ୍ତରଙ୍କ ଚିକିତ୍ସା । ଗ୍ରାମାଞ୍ଚଳରେ ଲୋକଙ୍କୁ ଭୁତାଇ ସାଲାଇନ୍‌ ଓ ଇଞ୍ଜେକସନ୍‌ ଦେଉଛନ୍ତି ଏବଂ ଔଷଧ ବି ଲେଖୁଛନ୍ତି । ଆସନ୍ତୁ ଯିବା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଳକ ଅନ୍ତର୍ଗତ କିଞ୍ଜିରିକେଲା ଗାଁକୁ । ଯେଉଁଠି ନକଲି ଡାକ୍ତର ଅମିୟ ନାୟକ ଚିକିତ୍ସା କରୁଛନ୍ତି । ଆଉ ଅମୀୟଙ୍କ ଘର ଆଗରେ ରୋଗୀଙ୍କ ଭିଡ଼ ବି ଲାଗୁଛି। ଏହି ଭିଡ଼କୁ ଦେଖି ଆମେ ଘର ଭିତରକୁ ଗଲୁ । ସେଠି ୨ଜଣ ରୋଗୀଙ୍କ ହାତରେ ସାଲାଇନ ଲାଗିଥିଲା । ଅନ୍ୟ ରୋଗୀ ଦଉଡି ଖଟିଆରେ ଶୋଇଥିଲେ ।

FAKE DOCTOR-2

ଡାକ୍ତରୀ ପାଠ ପଢିନଥିବା ଅମିୟ ସେଠାରେ ରୀତିମତ ରୋଗୀ ଚିକିତ୍ସା କରୁଛନ୍ତି । ଏହା ଦେଖି ଆମେ ଆଶ୍ଚଯ୍ୟର୍ ହୋଇ ଘଟଣା ସମ୍ପର୍କରେ ଅମିୟଙ୍କୁ ପଚାରିଥିଲୁ । ନକଲି ଡାକ୍ତର ଓ ତାଙ୍କ ସ୍ତ୍ରୀ ଭୁଲ ହୋଇଛି ବୋଲି କହି କ୍ଷମା ମାଗିଥିଲେ । ହେଲେ ବିଡ଼ମ୍ବନା ହେଉଛି ଏ ବିଷୟରେ ପ୍ରଶାସନ ପାଖରେ ଖବର ହିଁ ନାହିଁ ।

FAKE DOCTOR-3କିଞ୍ଜିରିକେଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ରିହିଛି । ହେଲେ ସେଠାରେ ଡାକ୍ତର ଭଲ ଦେଖୁନଥିବା କହି ରୋଗୀଙ୍କୁ ଅମୀୟ ନିଜ ଘରକୁ ଡାକି ଚିକିତ୍ସା କରୁଛନ୍ତିି । ବର୍ଷ ବର୍ଷ ଧରି ଏଭଳି ଜଣେ ନକଲି ଡାକ୍ତର ଚିକିତ୍ସା କରୁଥିଲେ ସୁଦ୍ଧା ଏ ସମ୍ପର୍କରେ ପ୍ରଶାସନ ଅଜ୍ଞ । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଏକ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଅମିୟଙ୍କ ଘରେ ଚଢ଼ାଉ କରାଯିବ ଓ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକଙ୍କ ଜୀବନ ସହ ଖେଳୁଥିବା ଏଭଳି ନକଲି ଡାକ୍ତରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସୁନ୍ଦରଗଡ଼ କିଞ୍ଜିରିକେଲାରୁ ଦେବବ୍ରତ ଜେନାଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା