ବନ୍ଧାହେଲେ ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆ, ଗିରଫ କଲା ସୁନ୍ଦରଗଡ଼ ଟାଉନ୍‌ ଥାନା ପୋଲିସ୍

ସୁନ୍ଦରଗଡ଼(କେନ୍ୟୁଜ୍): ବନ୍ଧାହେଲେ ନକଲି ଡାକ୍ତର। ଡାକ୍ତର ପଦ୍ମନାଭ ମୁଖି କାରୁଆଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ୍‌ ଥାନା ପୋଲିସ। ସୁନ୍ଦରଗଡ଼ ଟାଉନ୍‌ ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ରାଉରକେଲାରୁ ପଦ୍ମନାଭଙ୍କୁ ଉଠାଇନେଇ ପଚରା ଉଚରା ଚଳାଇଥିଲା ପୋଲିସ। ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ୨୦୧୬ରେ ନୂଆଗାଁ ବ୍ଳକ ହାତିବାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ MBBS ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ପଦ୍ମନାଭନ ମୁଖିକାରୁଆ। ନିଯୁକ୍ତି ସମୟରେ ଦାଖଲ କରିଥିବା ପ୍ରମାଣ ପତ୍ରରେ ସେ ଦଶମ ଓ ଯୁକ୍ତ ଦୁଇ ରାଉରକେଲାରେ ପାସ କରିବା ପରେ ବୁର୍ଲାରେ ଭୀମସାରରୁ ୨୦୦୨ ମସିହାରେ MBBS ପାସ କରିଛନ୍ତି । କିନ୍ତୁ ବିହାର ମେଡିକାଲ କାଉନସିଲରେ ନିଜର ନାମ ପଞ୍ଜିକରଣ କରାଇଛନ୍ତି । ନକଲି ଡାକ୍ତର କୁହାଯାଉଥିବା ପଦ୍ମନାଭନ୍‌ ପୂର୍ବରୁ ରେଳବାଇ, ରାଉରକେଲା ହାଇଟେକ ମେଡିକାଲରେ ଚାକିରି କରିଥିଲେ। କାଗଜପତ୍ର ନକଲି ଜଣାପଡିବା ପରେ ସେଠାରୁ ଚାକିରି ଛାଡି କିଛି ଦିନ ପାଇଁ ପଳାଇଥିଲେ। ପରେ ୨୦୧୬ରେ ପୁଣି ନିଯୁକ୍ତି ପାଇଥିଲେ ପଦ୍ମନାଭନ୍‌ । ଆରଟିଆଇରେ ମିଳିଥିବା ସୂଚନା ଅନୁସାସୋର ଭୀମସାର ସାର୍ଟିଫିକେଟରେ ଦୁଇଟି ସ୍ଥାନରେ ବନାନରେ ତ୍ରୁଟି ରହିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like