ମାଲକାନଗିରି: କରୋନା ସଂକଟ ବେଳେ ଲୋକଙ୍କ ଜୀବନ ସହ ଖେଳୁଥିଲେ ୩ ନକଲି ଡାକ୍ତର, ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ତିନି କ୍ୱାକଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଏହି ଘଟଣା ଦେଖିବାକୁ ମିଳିଛି। କାଲିମେଳା ବ୍ଲକର ଗ୍ରାମାଞ୍ଚଳରେ କ୍ୱାକମାନେ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ବିନା ଲାଇସେନ୍ସରେ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଏମାନେ ଖେଳୁଥିବା ଅଭିଯୋଗ ହୋଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା।

ଆଜି ତିନି କ୍ୱାକଙ୍କ ସହ ବିପୁଳ ପରିମାଣରେ ମେଡ଼ିସିନ ଜବତ ହୋଇଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ପରେସ ବାୱାଲି, ଶଶାଙ୍କ ପାଇକ ଓ ସଚିନ ପରାମାନିକ । ବିନା ଲାଇସେନ୍ସରେ କାମ କରୁଥିବା କ୍ୱାକ ଡାକ୍ତରଙ୍କୁ ଗିରଫ କରିବାକୁ ମତପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.