ରଙ୍ଗିଲା ଡାକ୍ତରଙ୍କ ନାଁରେ ଆଉ ଏକ ଅଭିଯୋଗ, ପଶ୍ଚିମବଙ୍ଗରୁ ବ୍ୟବସାୟୀଙ୍କୁ ଠକି ଆଣିଥିଲା EGG ହାଚିଙ୍ଗ ମେସିନ୍‌

ରଙ୍ଗିଲା ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ରାଜ୍ୟ ବାହାରେ ପୁଣି ଆଉ ଏକ ଠକେଇ ନେଇ ଆସିଲା ଅଭିଯୋଗ । ପଶ୍ଟିମବଙ୍ଗର ଜଣେ ବ୍ୟବସାୟୀଙ୍କ ଠାରୁ EGG ହାଚିଙ୍ଗ ମେସିନ୍‌ ଆଣି ଠକିଥିବା ଅଭିଯୋଗ ହୋଇଛି । କୋଲକତାର ଜଣେ ଶିଳ୍ପପତି ଏଭଳି ଠକେଇ ଅଭିଯୋଗ ଆଣିଛନ୍ତି ।

ନିଜକୁ କେନ୍ଦ୍ର ସରକାରଙ୍କ ଅଧିକାରୀ କହି ଚୂନ ଲଗାଇଥିବା ଅଭିଯୋଗ ହୋଇଛି । ଓଡ଼ିଶାକୁ ୧ ଲକ୍ଷ ମେସିନ୍‌ ଦେବାକୁ କହିଥିଲା ଠକ ଡାକ୍ତର । ପରୀକ୍ଷାମୂଳକ ଭାବେ ୩ ମେସିନ୍‌ ଆଣିଥିଲେ । ହେଲେ ଏନେଇ ଟଙ୍କା ଟ୍ରାନ୍ସପୋର୍ଟ ଖର୍ଚ୍ଚ କିଛି ଦେଇନଥିଲେ । ଏନେଇ ବ୍ୟବସାୟୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ରମେଶର ୧୫ଟି ଆକାଉଣ୍ଟ ଅଚଳ କରିବାକୁ ପୋଲିସ ବ୍ୟାଙ୍କକୁ ଚିଠି ଲେଖିଛି । ଆଜି ରିମାଣ୍ଡର ତୃତୀୟ ଦିନରେ ବିଭିନ୍ନ ଦିଗ ଉପରେ ପଚାରିବ କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌ ।

 

 

Leave A Reply

Your email address will not be published.