ଖୋଲୁଛି ନକଲି ଡିଏସପି ମାନସ ରଞ୍ଜନ ସେନାପତିଙ୍କ ଗୁମର, ଦୁଇ ଲକ୍ଷ ଟଙ୍କାର ନକଲି ନୋଟ

ଭୁବନେଶ୍ୱର : ଖୋଲୁଛି ନକଲି ଡିଏସପି ମାନସ ରଞ୍ଜନ ସେନାପତିଙ୍କ ଗୁମର। ଚାକିରି ନକଲି, କିନ୍ତୁ ଠାଣି ପୁରା ଅସଲି । ନକଲି ଡିଏସପି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତିଙ୍କ ଫଟୋ ଓ କିଛି ଡକ୍ୟୁମେଣ୍ଟ ଭାଇରାଲ ହୋଇଛି ।  ଡେପୁଟି ଏସପି ଭାବେ ଗୃହ ବିଭାଗର ପ୍ରମୋସନ ଲେଟର ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ ।

ଏନଇ ଅଧିକ ତଦନ୍ତ ପାଇଁ ମାନସକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତା ପାଖରୁ ମିଳିଥିଲା ପ୍ରାୟ ଦୁଇ ଲକ୍ଷ ଟଙ୍କାର ନକଲି ନୋଟ। ଜାଲ ରାକେଟ ସିଣ୍ଡିକେଟରେ ସଂପୃକ୍ତ ଥିବା ଜଣାପଡିଛି। ଜାଲ ନୋଟ୍ ସିଣ୍ଡିକେଟ ସହ ସଂପୃକ୍ତି ନେଇ ଅଧିକ ଖୋଳତାଡ ପାଇଁ ମାନସକୁ ରିମାଣ୍ଡ ରେ ଆଣି ଜେରା କରିବ କମିଶନରେଟ୍ ପୋଲିସ ।