ମାଲକାନଗିରି : ଫେକ୍ ଏନକାଉଣ୍ଟର ଘଟଣା, ମୃତକର ଶବ ଦିଆନଯିବାରୁ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି (କେନ୍ୟୁଜ): ଏନକାଉଣ୍ଟରକୁ ନେଇ ଉତ୍ତେଜନା । କୋରାପୁଟ ଜିଲ୍ଲା ବୈପାରିଗୁଡାର ଅଟଳଗୁଡା ଜଙ୍ଗଲରେ ପୋଲିସ୍‌ର ଏକକାଉଣ୍ଟରକୁ ନେଇ ଉତ୍ତେଜନା । ମାଲକାନଗିରି ଜିଲ୍ଲାର କୋତାମେଟା ଗାଁ ରାସ୍ତା ଅବରୋଧ । ଫଳରେ ମାଲକାନଗିରିରୁ ଜୟପୁରକୁ ଯାତାୟାତ ଠପ । ଫେକ୍‌ ଏନକାଉଣ୍ଟର ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦ । ମୃତକର ଶବ ଦିଆନଯିବାରୁ କତାମେଟା ମୁଖ୍ୟରାସ୍ତା ଅବରୋଧ କରି ଗାଁ ଲୋକେ ଏହାର ପ୍ରତିବାଦ କରିଛନ୍ତି।

ଏହା ସହ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଗତ ୧୧ ତାରିଖରେ ପୋଲିସ୍‌ ଏନକାଉଣ୍ଟରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ସେଥିମଧ୍ୟରୁ ଜଣେ ହେଉଛନ୍ତି ସର୍ଗିଗୁଡା ଗାଁ ର ଘନ କମାର । ତାଙ୍କ ପରିବାର ପରିବାର ଲୋକ ଏହାକୁ ପୋଲିସର ଫେକ ଏନକାଉଣ୍ଟର ବୋଲି ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.