ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୩ଗିରଫ

ଉଦଳା: ଅସଲି ବୋତଲରେ ନକଲି ମଦ । ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ ।  ବିପୁଳ ପରିମାଣର ନକଲି ମଦ ଜବତ । ଯାହା ଜଣାପଡିଛି କି, ମଦ କାରଖାନା ଉପରେ  ଖୁଣ୍ଟା ଅବକାରୀ ବିଭାଗ ଏବଂ ବାରିପଦା ଅବକାରୀ ସ୍କ୍ୱାର୍ଡ଼ ପକ୍ଷରୁ ମିଳିତ ଚଢ଼ାଉ । ଖୁଣ୍ଟା ଥାନା କୁସୁମଘାଟି ଗ୍ରାମରେ ଜଙ୍ଗଲ ଭିତରେ ଏକ ଚାଳ ଘର ଭିତରେ ଚାଲିଥିଲା ନକଲି ମଦ ପ୍ୟାକିଙ୍ଗ ।  ଅବକାରୀ ବିଭାଗ ଚଢ଼ାଉ କରି ନକଲି ବିଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି  ।

ଘଟଣାସ୍ଥଳରୁ ଅବକାରୀ ବିଭାଗ ୬୮ ଲିଟର ୨୫୦ ମିଲିଲିଟର ବିଦେଶୀ ମଦ ଜବତ କରିଛି । ଏହା ସହିତ ପ୍ୟାକିଙ୍ଗ ହୋଇଥିବା ନକଲି ମଦ ସହିତ ଖାଲି ବୋତଲ, ସ୍ପିରିଟ, ରଙ୍ଗ, ଠିପି, ମଦ ବୋତଲ ଲେବଲ ଜବତ କରିଛି ଅବକାରୀ ବିଭାଗ । ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା  ୩ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଏପଟେ ଗିରଫ ଅଭିଯୁକ୍ତ ହେଲେ ନୂଆଗାଁ ଗ୍ରାମର ସଞ୍ଜୟ କୁମାର ବେହେରା, କୁସୁମଘାଟି ଗ୍ରାମର ହରିଶ ଚନ୍ଦ୍ର ବେହେରା ଓ ଆକାଶ ମହାନ୍ତ ।

ଏହି ଅଭିଯୁକ୍ତମାନେ ୧୫ ଦିନ ହେବ ଏହି ନକଲି ମଦ ତିଆରି କରୁଥିବା ବେଳେ ବେଙ୍ଗଲ ଅଞ୍ଚଳରୁ ଆସି କିଛି ଯୁବକ ମଦ ପ୍ରସ୍ତୁତ କରୁଥିଲେ । ଏହି ମଦ ତିଆରି କରିବା ସହିତ ବାହାର ଅଞ୍ଚଳ ତଥା ବାହାର ଜିଲ୍ଲାକୁ ମଧ୍ୟ ଚାଲାଣ ହେଉଥିଲା । ସ୍ପିରିଟରେ ରଙ୍ଗ ମିଶାଇ ମଦ ପ୍ରସ୍ତୁତ କରିବା ପରେ ପୁରୁଣା ବୋତଲରେ ପୁରାଇ ତା ଉପରେ ଠିପି ଏବଂ ଲେବଲ ମାରି ତାହାକୁ ଗ୍ରାମାଞ୍ଚଳ ଏବଂ ସ୍ଥାନୀୟ ଦୋକାନ ଗୁଡିକରେ ବିକୁଥିଲେ ।

ତେବେ ଏଖବର ଜାଣିବା ପରେ ତାହା ହେଲେ ଆହୁରି ପିଅନ୍ତୁ ନା ମଦ । ଦୋକାନରେ ଯାଇ ହେଉ କି ଘରେ ଦେଖାଇ ହେଉ ଯେତେ ପାରୁଛନ୍ତି ମଦ ପିଅନ୍ତୁ । ମଦ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଏକଥା ଜାଣି ବି ଆପଣ ଯଦି ପିଉଛନ୍ତି, ତାହେଲେ ମାର୍କେଟରେ ଏହି ନକଲି ମଦ ବିକ୍ରି ହେଉଥିବା ଜାଣି ଆପଣ ତାହା ହେଲେ କଣ କରିବେ? କଣ ପିଇକି ନିଜ ମୃତ୍ୟୁକୁ ନିମନ୍ତ୍ରଣ କରିବେ? ତେବେ ଅବକାରୀ ବିଭାଗ ପକ୍ଷରୁ ଏଭଳି ନକଲି ମଦ କାରଖାନା ଉପରେ ଚଢ଼ାଉ ଆଗକୁ ବି ଜାରି ରହିବ ବୋଲି ସୂଚନା ମିଳିଛି ।

 

You might also like