ରାଜ୍ୟ

ଜେନାପୁର ଅଂଚଳରେ ନକଲି ଜର୍ଦ୍ଦା କାରଖାନା ଠାବ, ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଜେନାପୁର ଥାନା ମାଳହାଟ ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଠାବ। ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ସହ ବିଭିନ୍ନ ସରଞ୍ଜାମ ଜବତ। ଆଜି ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିବା ସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମାଳହାଟ ଗ୍ରାମରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଖବର ପାଇ ଆଜି ଭୋର ସମୟରେ ଏହି ଚଢାଉ କରିଥିଲେ।

ନାମୀଦାମୀ କମ୍ପାନୀ ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ପ୍ରସ୍ତୁତ ସହ ବ୍ୟବସାୟୀମାନେ ବଜାରରେ ବିକ୍ରି କରି ବେଶ ମୁନାଫା କମାଇଥାନ୍ତି। କିଛି ଦିନ ତଳେ ଛତିଆ ବିଦ୍ୟାଧରପୁର ଅଞ୍ଚଳରୁ ଏସଟିଏଫ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିଥିଲା। ତେବେ ଦୀର୍ଘ ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ବ୍ୟବସାୟୀମାନେ ଏହି ବେଆଇନ କାରବାର ଚଳାଇ ଆସୁଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

22 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

25 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

28 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

34 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

49 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago