ଜୁଆ ଖେଳୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ ନକଲି ସାମ୍ବାଦିକ

ଯାଜପୁର ଟାଉନ (କେ ନ୍ୟୁଜ): ଜୁଆ ଖେଳୁଥିବା ନକଲି ସାମ୍ବାଦିକ ଗିରଫ। ଯାଜପୁର ଜିଲ୍ଲା ମଙ୍ଗଳପୁର ପୋଲିସ ଆଜି ବଉଲାଙ୍ଗ ଅଞ୍ଚଳରେ ଚାଲିଥିବା ଜୁଆ ଆଡା ଉପରେ ଚଢ଼ାଉ କରିଥିଲା। ସେହି ସମୟରେ ଏକ ୱେବ ଚ୍ୟାନେଲର ପ୍ରେସ କାର୍ଡ ପକାଇ ଜୁଆ ଖେଳିବା ଅବସ୍ଥାରେ

ଧରାପଡିଥିଲେ  ଜଣେ ନକଲି ସାମ୍ବାଦିକ। ପୋଲିସ ତାଙ୍କୁ ପଚାରିବାରୁ ଖର୍ଚ୍ଚ ନେବାକୁ ଆସିଥିଲି ବୋଲି କହିଛନ୍ତି । ସାମ୍ବାଦିକଙ୍କ ଘର ବଉଳାଙ୍ଗ ମଧୁପୁର ହୋଇଥିବା ବେଳେ ସେ ଏକ ଫାଷ୍ଟଫୁଡ଼ ଦୋକାନ କରିଛନ୍ତି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ମଙ୍ଗଳପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.