ରାଜ୍ୟ

ବ୍ରହ୍ମପୁରରେ ଠାବ ହେଲା ନକଲି ଲୁବ୍ରିକେଣ୍ଟ କାରଖାନା: ବିପୁଳ ପରିମାଣ ସାମଗ୍ରୀ ଜବତ, ଜଣେ ଗିରଫ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଚାଲିଥିଲା ନକଲି ଲୁବ୍ରିକାଣ୍ଟ ଅଏଲ୍ କାରଖାନା। ଆଜି ଟାଉନ ଥାନା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ କାରକୁ ଜବତ କରିଥିଲା। ଆଉ ସେଥିରୁ ମିଳିଥିଲା ବିଭିନ୍ନ କିସମର ନାମୀଦାମୀ କମ୍ପାନୀର ଅଏଲ୍। ଏହାପରେ ନିଳାଦ୍ରୀ ବିହାର ଅଞ୍ଚଳରେ କାରଖାନା ଉପରେ ଚଢାଉ କରିଥିଲା। ଆଉ ସେଠାରୁ ମିଳିଥିଲା ନକଲି ଅଏଲ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିବା ସହ ବିପୁଳ ପରିମାଣର ସିଲ ହୋଇଥିବା ଅଏଲ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି ।

ତେବେ ପୂର୍ବରୁ ବ୍ରହ୍ମପୁର ସହରରେ ନକଲି ଅଏଲ ପ୍ରସ୍ତୁତ ହୋଇଥିବା ଖବର ପାଇଥିଲା ପୋଲିସ। ଏହାପରେ ନଜର ରଖାଯାଇଥିଲା ବିଭିନ୍ନ ଅଏଲ ଦୋକାନ ଉପରେ। ଆଜି ସକାଳେ ଏକ ସୁଇଫ୍ଟ ଡିଜାଇର କାରରେ ମହମ୍ମଦ ଇଜାସ ନାମକ ଜଣେ ବ୍ୟକ୍ତି ପାଖାପାଖି ୨୦୦ ଲିଟର ନକଲି ଅଏଲ ଧରି ମୋହନା ଯାଉଥିଲେ। ବ୍ରହ୍ମପୁର ଟାଉନ ଥାନା ପୋଲିସ ରାସ୍ତାରେ ଗାଡିକୁ ସିଜ୍ କରିଥିଲା। ପରେ ନକଲି ଅଏଲ ପ୍ରସ୍ତୁତ ହେଉଥିବା ଘରେ ପହଞ୍ଚିଥିଲା ପୋଲିସ। ସେଠାରେ ଦେଖିବାକୁ ମିଳିଥିଲା ବିଭିନ୍ନ ନାମୀଦାମୀ ଅଏଲ କମ୍ପାନୀର ଖାଲି ବୋତଲ, ସିଲ୍, ନକଲି ଅଏଲ ସମେତ ପେକିଂ ହୋଇ ପ୍ରସ୍ତୁତ ହୋଇ ରହିଥିବା ନକଲି ଅଏଲ୍। ସେହି ଘରୁ ପୋଲିସ ପ୍ରାୟ ଏକ ହଜାର ଲିଟରର ଅଏଲ୍ ସିଜ କରିଛି।
ଏହି ସବୁ ଅଏଲ ପ୍ରସ୍ତୁତ କରିବା ପାଇଁ ସବୁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଜାରରେ ଖୁଚୁରାରେ ୩୦୦ ଟଙ୍କାରେ ବିକ୍ରି ହେଉଥିଲା। ଯାହାକି ଏହି ବ୍ୟବସାୟରେ ଖୁଚୁରା ବ୍ୟବସାୟୀ ମଧ୍ୟ ସାମିଲ ରହୁଥିବା ଜଣାପଡିଛି। ଏହି ନକଲି ଅଏଲ କେବଳ ବ୍ରହ୍ମପୁର ସହର ନୁହେଁ ବରଂ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ପଠାଯାଉଥିଲା।  ଏହି ସବୁ ଅଏଲ ଦୁଇ ଚକିଆରୁ ଆରମ୍ଭ କରି ଭାରିଯାନରେ ବ୍ୟବହାର ହୋଇଥାଏ। କିନ୍ତୁ କେହି ମଧ୍ୟ ଜାଣିନାହାନ୍ତି ସେମାନେ ବ୍ୟବହାର କରୁଥିବା ଅଏଲ ସବୁ ନକଲି। ତେଣୁ ଏଥିପ୍ରତି ପୋଲିସ ପ୍ରଶାସନ କଡା ନଜର ଦେବା ଜରୁରୀ ହୋଇପଡିଛି।

Sonalisa

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 min ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

7 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

21 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago