୩ ନକଲି ମାଓବାଦୀଙ୍କୁ ଗିରଫ କରିଛି ଲକ୍ଷ୍ମୀପୁର ପୋଲିସ୍

ଲକ୍ଷ୍ମୀପୁର: ଗିରଫ ହେଲେ ନକଲି ମାଓବାଦୀ। ୩ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ଲକ୍ଷ୍ମୀପୁର ପୋଲିସ। ନିଜକୁ ମାଓବାଦୀ ପରିଚୟ ଦେଇ ଏମାନେ ଠିକାଦାରଙ୍କଠୁ ଟଙ୍କା ଆଦାୟ କରୁଥିଲେ। ନାରାୟଣପାଟଣା ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୭ଟି ମୋବାଇଲ ଜବତ ହୋଇଛି। ଏନେଇ ନାରାୟଣପାଟଣା IIC ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।