କନ୍ଧମାଳ: ପୋଲିସ ହାତରେ ଧରାପଡିଲା ନକଲି ମାଓବାଦୀ

କନ୍ଧମାଳ(କେ ନ୍ୟୁଜ): ଗିରଫ ହେଲା ନକଲି ମାଓବାଦୀ । କନ୍ଧମାଳ ଜିଲ୍ଲା କୋଟଗଡ଼ ପୋଲିସ ହାତରେ ଧରାପଡିଛି ନକଲି ମାଓବାଦୀ। କିଛି ଦିନ ହେବ ଧରାକୋଟ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଉତ୍ତମ ଉଠାଣ ସିଂଙ୍କୁ ନିଜକୁ ମାଓବାଦୀର ପରିଚୟ ଦେଇ ଟଙ୍କା ଦାବି କରିଆସୁଥିଲା ।

ଟଙ୍କା ଦେଇନପାରିଲେ ସଂପୃକ୍ତ ଗ୍ରାମ ରୋଜଗାର ସେବକଙ୍କୁ ହତ୍ୟା କରିବା ନେଇ ଧମକ ମଧ୍ୟ ଦେଉଥିଲା । ଏନେଇ ଉତ୍ତମ ଗତ ୨୪ତାରିଖରେ କୋଟଗଡ଼ ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ । କୋଟଗଡ଼ ପୋଲିସ ଘଟଣାର ତଦନ୍ତ କରିବା ସହ ନକଲି ମାଓବାଦୀକୁ ଗିରଫ କରିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.