ଓଡ଼ିଶାକୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ଔଷଧର ଚେର, କାରବାରକୁ ରୋକିବାକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ
ଓଡ଼ିଶାକୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ଔଷଧର ଚେର। କାରବାରକୁ ରୋକିବାକୁ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।
(କେନ୍ୟୁଜ): ଓଡ଼ିଶାକୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ଔଷଧର ଚେର । ଆଗକୁ କଡ଼ା ଆକ୍ସନ ହେବ । ଜୋରଦାର ହେବ ତଦନ୍ତ । ଏଥିପାଇଁ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଆନ୍ତଃରାଜ୍ୟ ନକଲି ଔଷଧ କାରବାର ରୋକିବା ଦିଗରେ ପଦକ୍ଷେପ ନେବାକୁ ସହଯୋଗ ଲୋଡିଛନ୍ତି । ଚିଠିରେ ଶାଳିନୀ ପଣ୍ଡିତ ଲେଖିଛନ୍ତି, ବରଗଡ଼ ଓ ଝାରସୁଗୁଡ଼ାର ଦୁଇଟି ଔଷଧ ଦୋକାନ ଓ ଏଜେନ୍ସୀ ଉତ୍ତରପ୍ରଦେଶ ବାରଣାସୀର ଦୁଇଟି ଏଜେନ୍ସୀଠାରୁ ଔଷଧ ଆଣୁଥିଲେ ।
ଏହାର ସୁରାକ ମିଳିବା ପରେ ଡ୍ରଗ୍ସ ଏନଫୋର୍ସମେଣ୍ଟର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ ଟିମ୍ ତଦନ୍ତ କରିଥିଲା । ତଦନ୍ତରୁ ଜଣା ପଡିଥିଲା ନକଲି ଔଷଧର ଆନ୍ତଃରାଜ୍ୟ ଲିଙ୍କ । ବରଗଡ଼ର ଅଶୋକ ମେଡିକାଲ୍ ହଲ୍ ଓ ଝାରସୁଗୁଡ଼ାର ଅମିତ ମେଡିକାଲ୍ ହଲ୍ ବାରଣାସୀର ୩ଟି ଏଜେନ୍ସୀରୁ ଆଣୁଥିଲେ ନକଲି ଔଷଧ । ତଦନ୍ତ ପାଇଁ ପୋଲିସର ଏକ ତିନି ଜଣିଆ ଟିମ୍ ଗଠନ କରାଯାଇଥିଲା ।