Categories: ରାଜ୍ୟ

ଭଦ୍ରକ : ଅଫର ପ୍ରଲୋଭନ ଦେଖାଇ ଲୁଟ୍‌, ଲୋଭନୀୟ ଅଫର ଦେଇ କୋଟିଏରୁ ଅଧିକ ଟଙ୍କା ହଡପ୍

ଭଦ୍ରକ (କେନ୍ୟୁଜ୍) : ଲୋଭନୀୟ ଅଫର ଦେଇ କୋଟିଏରୁ ଅଧିକ ଟଙ୍କା ଲୁଟ। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ହୋଇଛି ଏଭଳି ବଡ଼ଧରଣର ଠକେଇ। ନଭେମ୍ବର ୨୬ତାରିଖର ଦୁର୍ଗା ଏଜେନ୍‌ସି ଆଣ୍ଡ ସପ୍ଲାୟର ନାମକ ସଂସ୍ଥା ଖୋଲିବା ପରେ ଲୋକଙ୍କୁ କିସ୍ତି ଟଙ୍କାରେ ମୂଲ୍ୟବାନ ସାମଗ୍ରୀ ଯୋଗାଇ ଆସୁଥିଲା। ଆଗୁଆ ଟଙ୍କା ପଇଠ କଲେ ଯେତେ ବିଳମ୍ବ ହେବ, ରିହାତି ସେତେ ଅଧିକ ହେବ ବୋଲି ସ୍କିମ ଗ୍ରାହକଙ୍କ ପାଇଁ ରହିଥିଲା। ଗୋଟିଏ ମାସ ମଧ୍ୟରେ କଂପାନୀ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲା। ତେବେ କୋଟିଏରୁ ଅଧିକ ଟଙ୍କା ଲୋକଙ୍କ ଠାରୁ ଅଗ୍ରିମ ଆକାରରେ ଠକିବା ପରେ ସଂସ୍ଥା ରାତିଅଧିଆ ଉଭାନ ହୋଇଯାଇଛି। ସଂସ୍ଥାର କର୍ମଚାରୀଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିବା ପରେ ଫୋନ ବନ୍ଦ ରହିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ଟଙ୍କା ଫେରିପାଇବାକୁ କାଉଣ୍ଟର ଆଗରେ ଲୋକମାନେ ଭିଡ଼ ଜମାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

KNews Bureau

Recent Posts

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

3 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

5 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

18 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

21 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

29 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

47 mins ago