ଭୁବନେଶ୍ୱର: ଓଲା ଡ୍ରାଇଭର ସାଜିଥିଲା ନକଲି ପୋଲିସ । ଅସଲି ପୋଲିସ ହାତରେ ଧରାପଡ଼ିଲା ଦୋ ନମ୍ବରି । ରାଜଧାନୀରେ ଧରାପଡ଼ିଲା ନକଲି ପୋଲିସ । ଗାଡିରେ ପୋଲିସ ଲୋଗୋ ଲଗାଇ ଦେଉଥିଲା ପୋଲିସ ପରିଚୟ । ଟୋଲ ଗେଟ୍ ରୁ ଖସିବାକୁ ଆପଣାଇ ଥିଲା ଭିନ୍ନ ଉପାୟ । ଫାୟାର ସର୍ଭିସ୍ ନକଲି ଆଇଡି କାର୍ଡ ସହ ପୋଲିସ କୁ ଚକମା ଦେବା ବେଳେ ଧରାପଡିଛି ଧୃତ ଯୁବକ । ରାତି ଅଧରେ ବ୍ଳକିଙ୍ଗ ଚେକିଂ ବେଳେ ଧରାପଡିଛି କାରସାଦି । ଆଦିତ୍ୟ କୁମାର ସେଠି ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯାହାର ଘର କାନନ ବିହାର ଚନ୍ଦ୍ରଶେଖର ପୁର ଅଞ୍ଚଳରେ । ନିଜ ଓଲା ଗାଡି ରେ ଟୋଲ ଗେଟ୍ ଓ ଲୋକଙ୍କ ନଜରକୁ ବର୍ତ୍ତିବାକୁ ଏଭଳି ପନ୍ଥା ଆପଣାଇବା ପୋଲିସ ସୁଚନା ଦେଇଛି । ଗାଡି ଜବତ ସହ ଗାଡି ଭିତରୁ ନକଲି ପରିଚୟ ପତ୍ର ମଧ୍ୟ ମିଳିଛି ।